ଜେନାପୁର, ୨୬,୧୨,୨୧ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ, ଅଞିରା ପଞ୍ଚାୟତ ବାଘୁଆ ବ୍ରାହ୍ମଣିଦେବୀ ବାଲିସାହି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ୨୦୧୫ ମାଟ୍ରିକ ବ୍ୟାଚର ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଛାତ୍ର ଯୋଗଦେଇଥିଲେ। ପରେ ଗଡ଼ ପାହାଡ଼ ପାଦଦେଶରେ ଏକ ସଭାର ଆୟୋଜନ ହୋଇଥିଲା। ଏହା ପରେ ପଲିଥିନ ବର୍ଜନ କରିବା, ସମସ୍ତେ ଗୋଟିଏ ଲେଖାଏ ଗଛ ଲଗାଇବା ଏବଂ ବନ୍ଧୁମାନଙ୍କୁ ସହାର୍ଯ୍ୟ କରିବା ନେଇ ସତ୍ୟଜିତ, ମହେନ୍ଦ୍ର, ବଳରାମ, ଦେବଦତ୍ତ , ମାନସ, ସୈାମ୍ୟରଞ୍ଜନ ପ୍ରମୁଖ ଶପଥ ନେଇଥିଲେ।
ବାଘୁଆ ବ୍ରାହ୍ମୀ ଦେବୀ ଉଚ୍ଚ ବିଦ୍ୟାଳୟ ଛାତ୍ରଙ୍କ ବନ୍ଧୁମିଳନ
|
December 27, 2021 |
![](https://sandhannews.com/wp-content/uploads/2021/12/IMG_20211226_155503-1.jpg)