ବାଘୁଆ ବ୍ରହ୍ମଣୀ ଦେବୀ ଉଚ୍ଚ ବିଦ୍ୟାଳୟ ୨୦୧୫-୧୭ ବ୍ୟାଚ୍ ବନ୍ଧୁମିଳନ

Spread the love

ଧର୍ମଶାଳା,୨୦/୧୨/୨୦୨୦ (ସନ୍ଧାନ ନିଉଜ) ବନ୍ଧୁତ୍ବ ସବୁ ପରିସ୍ଥିତିରେ ତିଷ୍ଟିରହିବା ବିଧେୟ , ସମ୍ପର୍କର ନିବିଡତା ବନ୍ଧୁତାର ପରିଭାଷା ପ୍ରତିପାଦନ କରେ ! ବନ୍ଧୁ ଗରିବ ହେଉକି ଧନୀ, ବନ୍ଧୁହିଁ ସର୍ବଦା ବନ୍ଧୁ ପଦବାଚ୍ୟ ସମ୍ମାନରେ ଭୂଷିତ ହେବା ଉଚିତ ! ”
ସମସ୍ତେ ଏକାଠି ବସି ଖାଇବା। ପୁରୁଣା ଦିନର କଥା ବାଣ୍ଟିବା ପରସ୍ପର। ମନେପକାଇବା ହଜି ଯାଇଥିବା ସେଇ ପୁରୁଣା ଦିନ ଏବଂ ଶେଷରେ ସ୍ମୃତି ସାଉଁଟି ପୁଣି ଭେଟିବାର ପ୍ରତିଶ୍ରୁତି ଦେଇ ଫେରିବା। ଏଭଳି ଭାବନାକୁ ନେଇ ଧର୍ମଶାଳା ବ୍ଲକ୍ ବାଘୁଆ ବ୍ରହ୍ମଣୀ ଦେବୀ ଉଚ୍ଚ ବିଦ୍ୟାଳୟର ୨୦୧୫-୧୭ ମସିହା ମାଟ୍ରିକ୍‌ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳିନ ଉତ୍ସବ କରୋନା କଟକଣାକୁ ମାନି କଠୋଉଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସହପାଠୀ ଓ ସହପାଠିନୀମାନେ ଏକାଠି ହୋଇ ଅତୀତର ସ୍ମୃତିକୁ ରୋମନ୍ଥନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସତ୍ୟଜିତ ସାହୁ ପିଣ୍ଟୁପ୍ରମୁଖ ପରିଚାଳନା କରିବା ସହ ଏହି ଉତ୍ସବରେ ମହେନ୍ଦ୍ର ସାହୁ ,ମାନସ ସ୍ବାଇଁ, ବଳରାମ ରାଉଳ , ମାଗୁଣି ରାଉତ, ଦେବଦତ୍ତ ବେହେରା , ମନୋଜ ରାଉତ,ଆଲୋକ ମହାରଣା, ବସନ୍ତ ସାହୁ, ଦେବାନନ୍ଦ ପାତ୍ର,କୁଳମଣି ପ୍ରଧାନ,ପ୍ରିତି ସର୍ମପିତା ସାହୁ,ଶ୍ରାବଣି ପୃଷ୍ଟି, ଇସ୍ପିତା ଦାସ, ପପିନା ରାଉତ,ମାମାଲି ରାଉତ,ପ୍ରିତିପଦ୍ମା ସାହୁ,ଅଙ୍କିତା ସାହୁ, ନିହାରିକା ସାହୁ, ଅନ୍ୟାନ୍ୟ ପ୍ରମୁଖ ଯୋଗଦେଇଥିଲେ।
ପ୍ରତିବର୍ଷ ଏଭଳି ବନ୍ଧୁମିଳନ ଉତ୍ସବ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଶେଷରେ ପରସ୍ପରଠାରୁ ବିଦାୟ ନେଉଥିବା ବେଳେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।

Related Posts

About The Author

Add Comment