ବାଇପାସରୁ ତିହିଡି ମଧ୍ୟରେ ୫୮ଟି ବେଧଡକ ହମ୍ପସ୍ ଉଚ୍ଛେଦ କାନପୁର ଘୋଷରାରେ ବେଆଇନ୍ ନିର୍ମାଣ ହୋଇଥିବା ହମ୍ପସ୍ ହଟିବ କେବେ!

Spread the love

ତିହିଡି, ୧୭.୦୨ (ସଂଧାନ ନିୟୁଜ) : ରାଜ୍ୟ ରାଜ ପଥରେ ବେଆଇନ୍ ତଥା ବେଧଡକ ହମ୍ପସ୍ ରହିବ ନାହିଁ । କୌଣସି ପରିସ୍ଥିତିରେ କୌଣସି ବ୍ୟକ୍ତିଗତ ହେଉ ବା ସାଂଗଠାନିକ ସ୍ୱାର୍ଥକୁ ଭିତ୍ତିକରି ହମ୍ପସ୍ ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ସରକାରଙ୍କ ଘୋଷଣ ରହିଛି । ଏବଂ ଏହି ହମ୍ପସ୍‌କୁ ଉଚ୍ଛେଦ କରିବା ଲାଗି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାଲାଗି ନିର୍ଦ୍ଦେଶ ମଧ୍ୟ ହୋଇଛି । ଅଗ୍ନିଶମ ଓ ଆମ୍ବୁଲାନ୍ସ ଗାଡିଗୁଡିକ ଏହି ରାସ୍ତାରେ ଯିବା ବେଳେ ହମ୍ପସ୍ ପ୍ରମୁଖ ବାଧକ ସାଜୁଥିଲା । ମାତ୍ର ଭଦ୍ରକ ଜିଲ୍ଲା ପ୍ରଶାସନ ସବୁ ଜାଣି ଅଜଣାର ଅଭିନୟ କରୁଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ ସିଧାସଳଖ ‘ମୋ ସରକାର’ଙ୍କୁ ଅବଗତ କରାଯିବା ପରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ବାଇପାସରୁ ତିହିଡି ମଧ୍ୟରେ ବିଭିନ୍ନ ଛକ ବଜାରରେ ବେଆଇନ୍ ତଥା ବେଧଡକଭାବେ ଅବସ୍ଥାପିତ ହୋଇଥିବା ପ୍ରାୟ ୫୮ଟି ହମ୍ପସ୍ ଉଚ୍ଛେଦ କରାଯାଇଛି । ଦିନ ତମାମ ଜେସିବି ଲଗାଇ ଉକ୍ତ ହମ୍ପସ୍ ଗୁଡିକ ଉଚ୍ଛେଦ କରାଯାଇଛି । ଏହାଦ୍ୱାରା ଦମକଳ, ଆମ୍ବୁଲାନ୍ସ, ବାଇକ୍‌, ଅଟୋ ତଥା ଛୋଟ ଓ ବଡ ଗାଡି ଏହି ରାସ୍ତାରେ ଅନାୟାସରେ ଯାତାୟତ କରି ପାରିବ । ଏବଂ ଏନେଇ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ମାତ୍ର ପୀରହାଟସ୍ଥିତ କାନପୁର ଘୋଷରା ଠାରେ କିଛି ଦିନ ତଳେ ନିର୍ମାଣ ହୋଇଥିବା ବେଧଡକ ହମ୍ପସ୍ ଉଚ୍ଛେଦ କରିବା ଲାଗି ଦାବି ଜୋର ଧରିଛି । ଉକ୍ତ ହମ୍ପସ୍ ଗୁଡିକ ବାଇକ୍ ଆରୋହୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଗାଡିଚାଳକକୁ ବିପଦ ମୁଖରେ ପକାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣା ପ୍ରବଣ ଅଞ୍ଚଳଭାବେ ଘୋଷଣା କରାଯିବା ସହିତ ବିଭିନ୍ନ ପ୍ରକାରର ସଚେତନତା ସୃଷ୍ଟି ମଧ୍ୟ କରାଯାଇଛି । ଏପରିସ୍ଥଳରେ କେତେକ ବ୍ୟକ୍ତି ପ୍ରଶାସନର ଅଜାଣତରେ ୨ଟି ହମ୍ପସ୍ ନିର୍ମାଣ କରିଥିବା ଜଣାଯାଇଛି । ଦୁର୍ଘଟଣା ରୋକିବା ପରିବର୍ତ୍ତେ ଦୈନିକ ଦୁର୍ଘଟଣା ଘଟୁଥିବା ଶୁଣିବାକୁ ମିଳୁଛି । ତିହିଡି ପୋଲିସ ଏ ସମ୍ପର୍କରେ ଅବଗତ ହୋଇଥିବା ବେଳେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଏହାକୁ ତୁରନ୍ତ ହଟାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment