ବୈପାରିଗୁଡା, ୧୩ /୩ (ସନ୍ଧାନ ନିୟୁଜ) ବୈପାରିଗୁଡା ଥାନା ଅନ୍ତର୍ଗତ ଭାଲୁଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛ କୁ ପିଟି ୨ ଯୁବକ ଗୁରୁତର ଆହତ ହୋଇ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଖବର ରୁ ପ୍ରକାଶ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚୟତ ର ପାବ୍ଲିଗୁଡ଼ା ଗ୍ରାମର କୃଷ୍ଣ ଦିଗାପୁରିଆ ଙ୍କ ୨୪ ବର୍ଷୀୟ ପୁଅ ଶ୍ୟାମ ସୁନ୍ଦର ଦିଗାପୁରିଆ ଏବଂ ଅନ୍ୟ ଜଣେ ୨୦ ବର୍ଷୀୟ ବୁଦ୍ରା ମିନରବାଲିଆ ନାମକ ୨ ଜଣ ଯୁବକ କୌଣସି କାରଣ ବଶତଃ ଭାଲୁଗୁଡା ଗ୍ରାମକୁ ଯାଇଥିଲେ ଏବଂ ଫେରିବା ସମୟରେ ଏଭଳି ଅଘଟଣ ହୋଇଥିବା ଜଣାପଡିଛି । ସେମାନଙ୍କୁ ବର୍ତ୍ତମାନ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଉଥିବାର ଜଣାପଡିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା