ରାଜୁ ପଟେଲ ସନ୍ଧାନନିଉଜ- ପ୍ରାୟ ୨ ଟା ସମୟରେ ସବଡେ଼ଗା ଠାରୁ ୫ କିମି ଦୂରରେ ଡ଼ୁମେରବାହାଲ ଛକ ନିକଟରେ ବାଇକ ଦୁର୍ଘଟଣାରେ ଏକ ମହିଳା ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି , ଘଟଣା ଅନୁଯାୟୀ ରାଜେଶ ସାହୁ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ସୁନ୍ଦରଗଡରୁ ଫେରୁ ଥିଲେ , ସେହି ସମୟରେ ଡ଼ୁମେରବାହାଲ ଛକ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକାଦେଇଥିଲା . ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ , ରାଜେଶଙ୍କ ଅବସ୍ଥା ସଙ୍କଟ ପୁର୍ଣ ଥିବାରୁ ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସୟାଳୟ କୁ ସ୍ଥାନାନ୍ତର କରା ଯାଇଛି . ପ୍ରତ୍ୟକ୍ଷଦର୍ଶୀ ଙ୍କ ମତରେ ରାସ୍ତା ଖରାପ ଥିବାଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି I ବାରମ୍ବାର ଅଭିଯୋଗ ସ୍ୱତେ ରାସ୍ତାର ମରାମତି କରାଯାଉନଥିବାରୁ ନିରୀହ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି I
ବାଇକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ
|
December 8, 2021 |
