ବାଇକ୍ ସହ କାର୍ ଧକ୍କା ଯୁବକ ଗୁରୁତର

Spread the love

ଯାଜପୁର ୮/୩ (ସନ୍ଧାନ ନିଉଜ) ଯାଜପୁର ଜିଲା ସୁକିନ୍ଦାଥାନା ଅନ୍ତର୍ଗତ କୁହିକା ପଞ୍ଚାୟତ ନିକଟସ୍ତ ବାମ୍ବିଲୋ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଏକ କାର୍ ଓ ବାଇକ୍ ଧକାରେ ଜଣେଯୁବକ ଗୁରୁତ୍ବର ଆହାତ ହୋଇଛନ୍ତି।ଆହାତ ଯୁବକ ଜଣକଙ୍କ ହେଲେ ଟାଟାମାଇନ୍ସରେ ଦୋକାନ କରିଥିବା ସାଲେପୁର ଅଂଚଳର ରବୀନ୍ଦ୍ର କୁମାର ସାହୁଙ୍କ ପୁଅ ବାବୁନି(୨୪)ବୋଲି ଜଣାପଡିଛି ବାବୁନି ଏକ ହିରୋ ବାଇକ୍ ଓଆର୦୯-କେ ୦୪୯୪ରେ ଗତକାଲି ସନ୍ଧ୍ୟାରେ ମଙ୍ଗଳପୁରଆଭିମୁଖ୍ୟରୁ ଖଣି ଅଞ୍ଚଳକୁ ଫେରୁଥିବା ସମୟରେ ବାମ୍ବିଲୋ ଛକ ନିକଟରରୁ ଦ୍ରୁତଗତିରେ ଆସୁଥିବା ଓଡି -୩୪ଡି-୭୦୬୬ମରୁତିକାର୍ କାର୍ ବାବୁନିଙ୍କ ବାଇକ୍ କୁ ଧକ୍କା ଦେଇଥିଲା।ଫଳରେ ବାବୁନି ବାଇକ୍ ସହ ବିଲମଧ୍ୟକୁ ଛିଟିକି୍ ପଡିଥିଲା,ଦୃଘଟଣାରେ ବାବୁନି ଗୁରୁତ୍ବର ଆ ହାତ ହୋଇଥିଲେ।ଦୁର୍ଘଟଣା ଘଟାଇଥିବା କାର୍ ର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।ଆହାତ ଯୁବକଙ୍କୁ ସୁକିନ୍ଦା ଅଗ୍ନିଶମ ବାହିନୀ ଉଦ୍ଧାରକରି ସୁକିନ୍ଦା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରରେଭର୍ତି କରିଥିଲେ।ଅବସ୍ଥା ସଂକଟପୁର୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା।କୌଣସି ସୂତ୍ରରୁ ସୁକିନ୍ଦା ପୋଲିସ୍ ଖବର ପାଇ ତଦନ୍ତ ଜାରି ରଖିଛି।

Related Posts

About The Author

Add Comment