ବାଇକ୍ ବାଇକ୍ ଧକ୍କା: ଜଣେ ମୃତ ୩ ଗୁରୁତର

Spread the love

ସୁକିନ୍ଦା ,୭/୪(ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ  ମଙ୍ଗଳପୁର ଟମକାରାସ୍ତାର ଦାମଦରପୁର ଛକ ନିକଟରେ ଦୁଇଟି ବାଇକ୍ ମୁହଁ।ମୁହିଁ ଧକାହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି ଶନିବାର ରାତ୍ର ଦଶଟା ବେଳେ ଉକ୍ତ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଦୁଇଟି ପରସ୍ପର ସହିତ ଧକ୍କା ହୋଇଥିଲେ । ମୂଳଖମ୍ବ ଗ୍ରାମର ଗୋକୁଳ ପାତ୍ରଙ୍କର ପୁଅ ପ୍ରହଲ୍ଲାଦ ପାତ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେହି ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଉମେଶ ବେହେରା, ସୁଧାକର ନାୟକଙ୍କ ପୁଅ ରାଜୀବ ନାୟକ, ନିରଂଜନ ନାୟକଙ୍କ ପୁଅ ଚିନ୍ମୟ କୁମାର ନାୟକ ଗୁରୁତର ଆହତ ହୋଇଥିଲେ ।ଖବର ପାଇ ସୁକିନ୍ଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ସୁକିନ୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ମୃତକଙ୍କୁ ଆମ୍ବୁଲାନ୍ସ ଜରିଆରେ ଅଣାଯାଇଥିଲା ।ଆହତ ମାନଙ୍କ ଅବସ୍ଥା ସଂକଟପୁର୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଢ଼ିଛି।ମୂର୍ତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠା ଜୀବବୋଲି ସୁକିନ୍ଦା ଭାର ପ୍ରାପ୍ତ ଅଧିକାରୀ ବିଚିତ୍ରା ନନ୍ଦ ସେଠି ପ୍ରକାଶ କରିଛନ୍ତି।

Related Posts

About The Author

Add Comment