ଯାଜପୁର, ୨୪/୨/୨୦ (ସନ୍ଧାନ ନିଉଜ) : ଏକ ଯୁବକ ବାଇକ୍ ଚଲାଇ ଭଗବାନପୁର ବ୍ରିଜ୍ ଉପରେ ଯାଉଥିବାବେଳେ, ଭାରସାମ୍ୟ ହରାଇବାରୁ ବାଇକ୍ ଦୃଘଟଣା ହେବାରୁ ବାଇକ୍ ଚାଳକଙ୍କର ମୃତୁ୍ୟ ଘଟିଥିବା ବେଳେ, ତାଙ୍କ ସାଙ୍ଗରେ ଆସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହାତ ହୋଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଧର୍ମାଶାଳା ଥାନା ଅନ୍ତର୍ଗତ କେଲୁଅ ନଦୀ ଭଗବାନପୁର ସେତୁ ନିକଟରେ ଗତକାଲି ସନ୍ଧ୍ୟା ୭ଘଟିକା ସମୟରେ ଏକ ବାଇକ୍ ଚାଳକ ବାଇକ୍ ଚଳାଇ ଯାଉଥିବା ବେଳେ, ବାଇକ୍ଟି ଭାରସାମ୍ୟ ହରାଇବାରୁ ବାଇକ୍ଟି ଦୃଘଟଣାର ସମ୍ମୁଖିନ ହୋଇଥିଲା । ଏହି ବାଇକ୍ ଚାଳକ ମୃତକ ହେଲେ ବନମାଳିପୁର ଗ୍ରାମର ମନୋଜ ଦାସ(୨୭) ଏବଂ ସେହି ଗ୍ରାମର ଆହତ ହୋଇଥିବା ବାପୁନି ରାୟ(୨୮), ମନୋଜ ଏବଂ ବାପୁନି ଏକ ବହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ, କେଲୁଅ ନଦୀ ଭଗବାନପୁର ବି୍ରଜ୍ରେ ଦୃଘଟଣା ଘଟିବାରୁ ବାଇକ୍ଟି ପୋଲ ବାଡ଼ରେ ପିଟି ହେବାରୁ ମନୋଜଙ୍କର ଘଟଣା ସ୍ଥଳେ ମୃତୁ୍ୟ ଘଟିଥିବା ବେଳେ, ବାପୁନିକୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୋତପୁର ପୋଲିସ ବାଇକ୍ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାଯାଇଚି ।
ବାଇକ୍ ଦୃଘଟଣାରେ ଯୁବକଙ୍କର ମୃତୁ୍ୟ ଘଟିଲା
|
February 24, 2020 |
