ବୈଶିଙ୍ଗା, 08.12.2020 (ଲିଙ୍ଗରାଜ ପଣ୍ଡା): ବୈଶିଙ୍ଗା ଥାନା ମହୁରୀ ଗ୍ରାମର ଗଜେନ୍ଦ୍ର ବିଶ୍ୱାଳଙ୍କ ପତ୍ନୀ ମୀନାକୁମାରୀ ବିଶ୍ବାଳ(୫୦)ଙ୍କର ବାଇକ୍ ଦୁର୍ଘଟଣାରେ ଶନିବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ମୀନାକୁମାରୀ କଳମାରୁ ନିଜ ବାପଘରୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ମହୁରୀଗ୍ରାମକୁ ଫେରୁଥିଲେ ଏହି ସମୟରେ ବୈଶିଙ୍ଗା-ମହୁରୀ ରାସ୍ତାର ବୈଶିଙ୍ଗା ଲ୍ୟାମ୍ପ ସମ୍ମୁଖରେ ଏକ ବାଇକ( ଓ ଡି୧୧ଏସ-୩୪୫୦) ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ଘଟଣାସ୍ଥଳରେ ପଡ଼ିଯାଇଥିଲେ ଫଳରେ ମୀନାକୁମାରୀଙ୍କ ମୁଣ୍ଡ ପଛପଟେ ମାଡ଼ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୈଶିଙ୍ଗା ନଡାକ୍ତରଖାନାକୁ ନିଆଁଯାଇଥିଲା ତାଙ୍କରି ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ମହିଳାଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ ନିମନ୍ତେ ଯୁବ ସମାଜସେବୀ ଅରବିନ୍ଦ୍ର ସାହୁ, ନିତ୍ୟାନନ୍ଦ ପାତ୍ର, ବିମଳେନ୍ଦୁ ମହାପାତ୍ର, ସଞ୍ଜୟ ମିଶ୍ର, ତପନ ପତି ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ରବିବାର ସନ୍ଧ୍ୟାରେ ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ଯୁବନେତା ନିହାର ରଞ୍ଜନ ମହାପାତ୍ର ପ୍ରମୁଖ ଗଜେନ୍ଦ୍ର ବିଶ୍ୱାଳଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗକୁ ଔତ୍ର ପ୍ରଦାନ କରିବା ସହିତ ଗଭୀର ଶାର୍କବ୍ୟକ୍ତ କରିଥିଲେ । ମୀନାକୁମାରୀଙ୍କ ୨ ବିବାହିତା ଝିଅ ଓ ଗୋଟିଏ ପୁଅ ଅଛନ୍ତି ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରଯାଇଥିବାବେଳେ ପୁଅ ଦୀପକ ମୁଖାଗ୍ନି ଦେଇଥିଲେ ।
ବାଇକ୍ ଦୁର୍ଘଟଣାରେ ମହିଳା ମୃତ
|
December 8, 2020 |