ବାଇକ୍ ଡିକିରୁ ୧୪ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ୍
ବାଇକ୍ ଡିକିରୁ ୧୪ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ୍
Manas Kumar Rout |
April 21, 2019 |
ପୁରୀ, ୨୦/୪ (ସନ୍ଧାନ ନିୟୁଜ) : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଛକରୁ ଏକ ବାଇକ୍ ଡିକିରୁ ୧୪ଲକ୍ଷ ୬୮ଜହାର ୫୦୦ଟଙ୍କା ଜବତ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି।
ଆଜି ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଏକ ବାଇକ୍ ଚାଳକଙ୍କ ଉପରେ ସନ୍ଦେହ ହେବାରୁ ବାଇକ୍କୁ ଚେକିଂ କରାଯାଇଥିଲା ଓ ଡିକିରୁ ଏହି ଟଙ୍କା ଜବତ ହୋଇଥିଲା।
ତେବେ ଏହି ଟଙ୍କା କାହାର ଏବଂ କେଉଁଠାକୁ ନିଆଯାଉଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ। ଏହି ଘଟଣାରେ ପୁଲିସ୍ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Posts
About The Author