ବାଇକଚୋରି ଅଭିଯୋଗରେ ଦୁଇ ଗିରଫ

Spread the love

ଗଡମଧୁପୁର, ୮/୮ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) :  ଜେନାପୁର ଥାନା ପକ୍ଷରୁ ବାଇକ ଚୋରି ଅଭିଯୋଗରେ ଦୁଇଜଣକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ଥାନା ଅନ୍ତର୍ଗତ ଚଢେଇଧରା ତଳ ଛକରେ ଗତ ତା ୩୧ ।୧ । ୨୦୧୯ରେ ମାଜଷ୍ଟ୍ରେଟ ଚେକିଂ ଚାଲିଥିଲ ବେଳେ ଏଣ୍ଡଳବା ପଂଚାୟତ ଅନ୍ତର୍ଗତ କଲାଣ୍ଡ ଗ୍ରାମର ନିମାଇ ଗୁରୁ ତାଙ୍କର ହିରୋ ହଣ୍ଡା ମଟର ସାଇକେଲଟିକୁ ରାସ୍ତା ପାଶ୍ୱର୍ରେ ରଖି ଗାଡି କାଗଜ ପତ୍ର ମାଜିଷ୍ଟ୍ରେଟଙ୍କୁ ଦେଖାଇବାକୁ ଯାଇଥିଲେ । ସେଠାରୁ ଫେରିବା ବେଳକୁ ଗାଡି ଚୋରି ହୋଇଯାଇଥିବା ପୋଲିସକୁ ଜଣାଇଥିଲେ । ଏନେଇ ଜେନାପୁର ପୋଲିସ ୧୯/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେ ପୋଲିସ ଏହି ଚୋରି ପଛରେ ଅଞ୍ଜôରା ପଂଚାୟତର ମୁରାରୀପୁର ଗାଁର ଚଗଲି ଜେନା(୪୦)ର ହାତ ରହିଥିବା ଜାଣି ମଙ୍ଗଳବାର ଥାନାକୁ ଆଣି ପଚରାଉଚରା କରିବାରୁ ସେ ଚୋରି ଗାଡିଟିକୁ ସୂଦୁର ମୟୁରଭଞ୍ଜ ଜିଲା ମହୁଲଢିହା ଥାନା ଅନ୍ତର୍ଗତ ଘଣ୍ଟିଆଦର ଗାଁର ଭୋଳାନାଥ ମହନ୍ତ(୩୨)କୁ ବିକିଥିବା ଜାଣିବାକୁ ପାଇଥିଲା । ଜେନାପୁର ଥାନାଧିକାରୀ ଶୁସାନ୍ତକୁମାର ଦାସଙ୍କ ନଦେ୍ର୍ଦଶକ୍ରମେ ଏଏସଆଇ ରାଜେନ୍ଦ୍ର ବିକ୍ରମ କେର୍କେଟା ସଦଳବଳ ତାଙ୍କ ପୈତୃକ ଘରେ ଚଢାଉକରି ଭୋଳାନାଥକୁ ଗିରଫକରିବାକୁ ସକ୍ଷମ ହୋଇପାରିଥିଲା । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀଙ୍କ ସୁତ୍ରରୁ ପ୍ରକାଶ ।

Related Posts

About The Author

Add Comment