ବାରିପଦା ୦୪/୦୯ /୨୦ (ସନ୍ଧାନ ନିଉଜ) ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଘଟଣା ସାମ୍ନାକୁ ଆସିଥିଲା। ମାଆ ନିଜର ଜନ୍ମିତ ଶିଶୁକୁ ପାଇବାକୁ ୪ ମାସ ଧରି ନ୍ୟାୟିକ ସଂଘର୍ଷ ପରେ ନ୍ୟାୟ ପାଇଲା। ଏହି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ବହୁଚର୍ଚ୍ଚିତ ପିଲା ଅଦଳ ବଦଳ ଘଟଣାର ଆଜି ମୟୂରଭଞ୍ଜ ଜିଲ୍ଲା ଦୈରାଜଜଙ୍କ ଗୁରତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଡିଏନଏ ରିପୋର୍ଟ ଆଧାରରେ ଏହି ରାୟ ପ୍ରଦାନ କରାଯାଇଛି। ଶେଷରେ ୪ ମାସ ଧରି ଡାକ୍ତରଖାନାରେ ଥିବା ଶିଶୁ ପୁତ୍ର ମାଆ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ ପ୍ରଦାନ କରିବା ପରେ ମାଆ ରଇବାରୀ ସିଂ ମୁହଁରେ ହସ ଫୁଟିଛି।ସୂଚନା ଅନୁଯାୟୀ ଗତ ଏପ୍ରିଲ ୨୬ ତାରିଖରେ ବାରିପଦା ସଦରଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂ ଙ୍କର ସ୍ତ୍ରୀ ରଇବାରୀ ଙ୍କୁ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ପି ଆର ଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲ ରେ ଭର୍ତ୍ତି କରିଥିଲେ । ଏହାପରେ ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁଟି ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସ ଏନ ସି ୟୁ ବିଭାଗ ରେ ଭର୍ତ୍ତି କରାଯାଇଥିଲା । ତେବେ ମେ ୦୫ ତାରିଖରେ ଶିଶୁଟି ସୁସ୍ଥ ହୋଇଯିବାରୁ ହସପିଟାଲରୁ ମା ଓ ଛୁଆ କୁ ଡିସଚାର୍ଜ କରାଯାଇଥିଲା । ତେବେ ମେ ୧୧ ତାରିଖ ଦିନ ଶିଶୁଟିକୁ କିଛି ଟିକା ଦେବାର ବାକି ଅଛି ବୋଲି କହି ଆଶାକର୍ମୀ ଙ୍କୁ ଫୋନ ମାଧ୍ୟମରେ ଏସ ଏନ ସି ୟୁ କୁ ବିଭାଗୀୟ କର୍ମଚାରୀ ଡକାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଶିଶୁ କୁ ଏସ ଏନ ସି ୟୁ ବିଭାଗର ନର୍ସ ମାନେ ଟୀକା ଦେବା ବାହାନା ରେ ଭିତର କୁ ନେଇ ଯିବାର କିଛି ସମୟ ପରେ ନର୍ସ ଜଣଙ୍କ ଶିଶୁ ଟି ମରିଯାଇଛି ବୋଲି କହିଥିଲେ। ତେବେ ଦୁଇଜଣ ମା ଙ୍କ ନାମ ସମାନ ଥୁବାରୁ ଏ ଭଳି ଶିଶୁ ଅଦଳ ବଦଳ ହୋଇଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ମାନିବା ସହ ଡି ଏନ ଏ ଟେଷ୍ଟ ପରେ ସମସ୍ୟା ସମାଧାନ ହେବ ବୋଲି କହିଥିଲେ। ତେବେ ନିଜ ଶିଶୁକୁ ନେବାକୁ ଦାବି କରି ବାରିପଦା ସଦର ଥାନା ଜାମବଣି ଗ୍ରାମର ଉତ୍ତ୍ୟକ୍ତ ଲୋକ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଭଙ୍ଗାରୁଜା ମଧ୍ୟ କରିଥିଲେ।
ବହୁଚର୍ଚ୍ଚିତ ଶିଶୁ ଅଦଳ ବଦଳ ଘଟଣା: ମାଆ ରଇବାରୀଙ୍କ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ
|
September 5, 2020 |