ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ କଡ଼ା ଚାର୍ଜସିଟ୍, ତ୍ୱରିତ ଶୁଣାଣି ଓ ଦୋଷୀକୁ ଯଥାଶୀଘ୍ର ଦଣ୍ଡ ବିଧାନ ଦାବି କରି ଡିଜିପିଙ୍କୁ ଭେଟିଛନ୍ତି ଝିଅ ବିଜୟିନୀ।

Spread the love

ସମ୍ବଲପୁର, ୨୯/୭ (ସନ୍ଧାନ ନିୟୁଜ ) ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ କଡ଼ା ଚାର୍ଜସିଟ୍, ତ୍ୱରିତ ଶୁଣାଣି ଓ ଦୋଷୀକୁ ଯଥାଶୀଘ୍ର ଦଣ୍ଡ ବିଧାନ ଦାବି କରି ଆଜି ଡିଜିପିଙ୍କୁ ଭେଟିଛନ୍ତି ଝିଅ ବିଜୟିନୀ।

ତଦନ୍ତରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଡିଜିପି ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି।

ଜାରି ରହିଥିବା ତଦନ୍ତର ତଦାରଖ ପାଇଁ ଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କୁ ୮ ବର୍ଷ ତଳେ ଟଙ୍କା କାରବାରକୁ ନେଇ ହତ୍ୟା କରାଯାଇଥିଲା । କିନ୍ତୁ ଏତଲା ସତ୍ୱେ ପୁଲିସ ଏକ ଷ୍ଟେସନ୍ ଡାଏରୀ କରି ଚୁପ୍ ରହିଥିଲା ବୋଲି ବିଜୟିନୀ ଅଭିଯୋଗ କରିଛନ୍ତି।
ଶେଷରେ ବିଜୟିନୀ ୮ ବର୍ଷ ଧରି ଲଢ଼େଇ କରିବା ପରେ ଡିଜିପିଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିବା ସହ ଘଟଣାର ଖୋଳତାଡ଼ ଜାରି ରଖିଛି ପୁଲିସ।

Related Posts

About The Author

Add Comment