ଯାଜପୁର ସଦର, ୧୭/୦୫ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଡଙ୍କାରୀ ଖଣିରୁ ବେଆଇନି କଳା ପଥର ଚାଲାଣ ଅଭିଯୋଗ ରହିଥିବା ବେଳେ, ଏନେଇ ଖଣି ମାଲିକ ଶ୍ରୀବତ୍ସ ଜେନାଙ୍କ ଘରେ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଖଣ ମାଲିକ ଶ୍ରୀବତ୍ସ ଜେନାଙ୍କ ଭୂବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ, ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଆୟକର ବିଭାଗ ଅଧିକାରୀ ମାନେ ଟିକସ ଫାଙ୍କିବା ଅଭିଯୋଗରେ ଶ୍ରୀବତ୍ସ ଜେନାଙ୍କ ବାସ ଭବନ ଏବଂ ଧର୍ମଶାଳା ଅଞ୍ଚଳରେ ଶ୍ରୀବତ୍ସ ଜେନାଙ୍କ ବାସ ଭବନ ଏବଂ ଧର୍ମଶାଳା ଅଞ୍ଚଳରେ ରହିଥିବା ଡଙ୍କାରୀ ଖଣିରୁ ବେଆଇନି କଳା ପଥର ଚାଳନା କରୁଥିବା ଅଭିଯୋଗ ହୋଇଥିଲା । ଗତକାଲି ଏକ ସାଙ୍ଗରେ ଆୟକର ବିଭାଗ ପକ୍ଷରୁ ଭୂବନେଶ୍ୱର କାର୍ଯ୍ୟାଳୟ ଏବଂ ଏହି ବ୍ୟବସାୟରେ ସମ୍ପୃକ୍ତ ରହିଥିବା ବ୍ୟବସାୟଙ୍କ କାର୍ଯ୍ୟାଳୟରଏ ଏବଂ କ୍ରସର ୟୁନିଟରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଗତକାଲି ସକାଳେ ଆୟକର ବିଭାଗର ୫ଟି ସ୍କ୍ୱାର୍ଡ଼ ଟିମ ଏକାଥରକେ ବିଭିନ୍ନ ଜାଗା ଉପରେ ଚଢ଼ାଉ କରିଥିବା ବେଳେ, ଯାଜପୁର ଜିଲ୍ଲା ଧର୍ମଶାଳା ସାରୋଇ ସ୍ଥିତ ଶ୍ରୀ ଜେନାଙ୍କ ଘର ସହ ତାଙ୍କ ବ୍ୟବସାୟ ଲିଙ୍କରେ ରହିଥିବା ଜାରକା କୋଣାର୍କ ଟ୍ରାନ୍ସପୋଟ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଏହା ସହିତ ଧର୍ମଶାଳା ଡଙ୍କାରୀରେ ରହିଥିବା ଏକାଧିକ କ୍ରସର ୟୁନିଟରେ ମଧ୍ୟ କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ଆୟକର ବିଭାଗର ଅଫିସର ମଙ୍ଗରାଜ ସେଠୀ ଚଢ଼ାଉ ନେତୃତ୍ୱ ନେଇଥିବା ବେଳେ, ଶ୍ରୀ ଜେନାଙ୍କ ଭୂବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନି ସ୍ଥିତ ଆୟକର ବିଭାଗ ପକ୍ଷରୁ ଅଧିକାରୀ ମାନେ ଅନେକ କାଗଜ ପତ୍ର ଜବତ କରିବା ସହିତ କାଗଜାତ ନେଇଯାଇଛନ୍ତି । ଏହି ଚଢ଼ାଉ ସମ୍ପର୍କରେ ଦିଆଯାଇନଥିବା ବେଳେ, ଅନ୍ୟ ପଟେ ଖଣିମାଲିକ ଶ୍ରୀ ଜେନା ୨୦୦୨-୨୦୦୩ ଠାରୁ ୨୦୧୫-୨୦୧୬ ପର୍ଯ୍ୟନ୍ତ ଡଙ୍କାରୀ ଖାଦାନରୁ ବହୁ ପରିମାଣର କଳାପଥର ଚାଲାଣ କରିଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଯାଜପୁରରୋଡ଼ ଖଣି ଡେପୁଟି ଡାଇରେକ୍ଟର ଏହାର ତଦନ୍ତ କରୁଥିବା ବେଳେ, ତଦନ୍ତ ସମୟରେ ସରକାରୀ ଟିକସ ଫାଙ୍କିଥିବା ଜଣାଯାଇଥିଲା । ଶ୍ରୀ ଜେନାଙ୍କ ସସ୍ଥା ଆବଶ୍ୟକତା ଠାରୁ ଅଧିକ ପରିମାଣର କଳାପଥର ଉତ୍ତୋଳନ କରାଯାଇଥିବା ଜଣାଯାଇଥିଲା । ସେତେବେଳେ ଶ୍ରୀବତ୍ସ ଜେନାଙ୍କ ଉପରେ ୫୮କୋଟି ୭୨ଲକ୍ଷ ୬୯ହଜାର ୬ଶହ ୩୩ଟଙ୍କା ଜୋରମାନା କରାଯାଇଥିଲା । ୨୦୧୬ ମେ ୨୪ ତାରିଖରେ ଚିଠି ସଂଖ୍ୟା ୧୮୭୮ରେ ରାଜସ୍ୱ ବିଭାଗରେ ପୈଠ କରିବା ପାଇଁ ତହସିଲ ପକ୍ଷରୁ ନିର୍ଦ୍ଦେଷ ଦିଆଯାଇଥିଲା । ଶ୍ରୀ ଜେନା ଏହାକୁ ଚ୍ୟାଲେଞ୍ଜ କରି ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ । ଏହାକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରୀ ଜେନା ଏହି ଟଙ୍କାକୁ ରାଜସ୍ୱ ବିଭାଗରେ ପୈଠ କରିନଥିବା ସୂଚନା ମିଳିଚି । ଏଥି ଯୋଗୁଁ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଚି । ଆୟକର ରିପୋର୍ଟ ଲେଖା ହେବା ବେଳକୁ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାଯାଇଚି ।
ବସ ହେଲପରରୁ କୋଟିପତି କିପରି ହେଲେ ଶ୍ରୀବାସ ଜେନା
|
June 18, 2022 |



