ବସ ଦୁର୍ଘଟଣାରେ ୨ଯାତ୍ରୀ ମୃତ;୧୫ରୁ ଅଧିକ ଆହତ

Spread the love

ନବରଙ୍ଗପୁର ୧୫/୨/୨୦ (ସନ୍ଧାନ ନିଉଜ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୃଗ ବିହାର ନିକଟ ରାସ୍ତାରେ ଏକ ଘରୋଇ ଯାତ୍ରୀବାହୀ ବସ ରାସ୍ତାରେ ଯାଉଥିବା ବେଳେ ରାସ୍ତା ଉପରକୁ ହଠାତ୍ ଏକ ଗାଈ ଆସିଯିବାରୁ ଯାତ୍ରବାହୀ ବସ୍ ଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିବାରୁ ଘଟଣା ସ୍ଥଳରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ମୃତବରଣ କରିଥିବା ୨ ଜଣ ଯାତ୍ରୀଙ୍କ ପରିଚୟ ମିଳିନଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ଜୟପୁରରୁ ପାପଡାହାଣ୍ଡି ଆସିବା ସମୟରେ ବସ୍ ଦୁର୍ଘଟଣା ହୋଇଛି ।   ଦୁର୍ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଜେସିବି ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଯାତ୍ରୀମାନଙ୍କୁ ନବରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।

Related Posts

About The Author

Add Comment