ବସ୍‌ରେ ଲାଗିଗଲା ନିଆଁ, କିଛି ସମୟ ମଧ୍ୟରେ ଜଳିଗଲା ସମ୍ପୂର୍ଣ୍ଣ ବସ୍

Spread the love

କେନ୍ଦୁଝର, 28.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) : କେନ୍ଦୁଝରରେ ହୁତୁ ହୁତୁ ହୋଇ ଜଳିଗଲା ଘରୋଇ ବସ୍ । ପଡିଆରେ ଠିଆ ହୋଇଥିବା ବେଳେ ବସ୍ ରେ ନିଆଁ ଲାଗିଯାଇଥିଲା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଠିଆ ହୋଇଥିବା ବସ୍ ରେ ନିଆଁ ଲାଗିଯାଇଛି । ବୁଧବାର ଦିନ ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

Related Posts

About The Author

Add Comment