ରାଉରକେଲା,୧୦/୦୫ (ସନ୍ଧାନ ନିଉଜ): ହାତୀପଲଙ୍କ ଉତ୍ପାତ, ଭାଙ୍ଗିଲେ ଘର, ନଷ୍ଟ କଲେ ଆସବାବ ପତ୍ର । ସୁନ୍ଦରଗଡ ଜିଲ୍ଲାର କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ଗହ୍ମେଇନାଳୀ ବସ୍ତିରେ ହାତୀ ଆତଙ୍କ । ଏହି ବସ୍ତିକୁ ହାତୀ ପଲ ପଶି ଆସି 5ଟି ପରିବାରର ଘର ଭାଙ୍ଗି ଥିବା ଅଭିଯୋଗ ହୋଇଛି । ଫଳରେ ଏମାନେ ଦିନ ବେଳ ଗଛତଳେ ଆଶ୍ରୟ ନେଉଥିବା ବେଳେ ପର ବାରଣ୍ତାରେ ରାତି କାଟୁଛନ୍ତି । ଏନେଇ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ବନବିଭାଗକୁ ଅଭିଯୋଗ ହୋଇଥିଲା ଆଠଦିନ ପର୍ବରୁ ସେହି ହାତୀ ଘୋଉଡାଇବାକୁ ଯାଇ ବସ୍ତିର ମଙ୍ଗଲ ମୁଣ୍ଡା ନାମକ ଜଣେ ଯୁବକ ଗାତରେ ପଡିଯାଇ ଥିଲେ । ଫଳରେ ଏବେ ସେ ବିଛଣାରେ । ଯଦି ଯଥାଶୀଘ୍ର ଚିକିତ୍ସା କରାନଯାଏ ତାହେଲେ ମଙ୍ଗଲ ମୁଣ୍ଡା ଆଉ ଚାଲିପାରିବ ନାହିଁ । ତେବେ ମଙ୍ଗଲ ଓ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବସ୍ତିରେ ହାତୀ ଆତଙ୍କ
|
May 10, 2020 |
![](https://sandhannews.com/wp-content/uploads/2020/05/image-2020-05-10T191022.706.png)