ଜେନାପୁର/୨୮/୦୯/ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ବନା ଅଞ୍ଚଳ ଗଡ଼ମଧୁପୁର ଫରେଷ୍ଟ ସେକ୍ସନ ବଳରାମପୁର ସଂରକ୍ଷିତ ଜଙ୍ଗଲରୁ ଶତାଧିକ ବାରହା ଦଳ ଧାନ କ୍ଷେତରେ ପସି ଚାଷ ନଷ୍ଟ କରୁଛନ୍ତି।ଖବରରୁ ପ୍ରକାଶ ଯେ ଧର୍ମଶାଳା ତହସିଲ ଅଧୀନ ତାଳଜଙ୍ଗ,ବିଛାଖଣ୍ଡି,ବଳରାମପୁର,ରେଖିଦେଇପୁର,ଚକ୍ରଧରପୁର,ଅଂଜିରା,କୁସୁନପୁର ମୌଜାର ଚାଷୀମାନଙ୍କର ହେକ୍ଟର ହେକ୍ଟର ଚାଷ ଜମି ରହିଛି। ଅନେକ ଚାଷୀ ଧାନ ଚାଷ ଠାରୁ ଆରମ୍ଭ କରି ସାରୁ,ମାଟିଆଳୁ,ଓଲୁଅ ଭଳି ବିଭିନ୍ନ ଚାଷ କରିଛନ୍ତି।ଉକ୍ତ ଜମିରେ ଚାଷୀ ଚାଷ କରି ସେମାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି।ଗତ କିଛି ଦିନ ହେବ ଏହି ମୌଜାର ଅନେକ ବାରହା ଏବଂ ସେମାନଙ୍କର ଛୁଆ କ୍ଷେତରେ ପସି ଫସଲ ଖାଇବା ସହିତ ଗଛକୁ ଦଳି ମକଚି ମାଟିରେ ମିଶାଇ ଦେଉଛନ୍ତି।ଚାଷୀ ଧାର କରଜ ଏବଂ ଋଣକରୀ କରି ଚାଷ କରିଥିବା ସ୍ଥଳେ ବାରହା ଉପଦ୍ରବ ଯୋଗୁ ଚାଷୀ ଚିନ୍ତାରେ ରହିଛନ୍ତି। ଦିନ କେଇଟା ପରେ ଅମଳ ହୋଇଥାନ୍ତା।ଫସଲ ଭଲ ହୋଇଥିବାରୁ ଆଶା ରଖିଥିଲେ ଚାଷୀ।ଚାଷୀର ସବୁ ସ୍ୱପ୍ନ ଏବେ ଭାଙ୍ଗିବାକୁ ବସିଛି।ଚାଷୀର ନିଦ ହଜେଇ ଦେଇଛି ଜଙ୍ଗଲୀ ଜୀବଜନ୍ତୁ। ଚାଷୀମାନେ ବାରହା ଦାଉରୁ ରକ୍ଷା ପାଇବା ନିମିତ୍ତ ରାତିରେ କ୍ଷେତରେ ଜଗି ରହୁଥିଲେ ମଧ୍ୟ ଏହି ବନ୍ୟଜନ୍ତୁ ଲୋକେ ଜଗିରହୁଥିବା ଜାଣିପାରି ସେ ସ୍ଥାନକୁ ନଯାଇ ପାହାଡ଼ ପାଦଦେଶରେ ଚାଷଜମିରେ ପସି ଚାଷ ନଷ୍ଟ କରିଦେଉଛନ୍ତି।ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଠିଆ କରିବା ନିମିତ୍ତ ରାତ୍ରୀ ପରିଶ୍ରମ କରି ଜଗିରହୁଥିଲେ ମଧ୍ୟ୍ୟ ବନ୍ୟଜନ୍ତୁ ନଷ୍ଟ କରୁଥିବାରୁ ଆଗାମୀ ଦିନରେ ଫସଲ ଅମଳ କରିଵା ସ୍ୱପ୍ନ ବୋଲି ଚାଷୀ ଉମାକାନ୍ତ ସାହୁ,ଯୋଗେନ୍ଦ୍ର ବଳ,ଭାରତ ରାଉତ,ରାଜେନ୍ଦ୍ର ସ୍ୱାଇଁ,ବିଜୟ ମଲ୍ଲ ପ୍ରକାଶ,ଅନୁକୁଳି ସାମଲ ପାଇଛି।ତୁରନ୍ତ ବନବିଭାଗ ବାରହା ଉପଦ୍ରବରୁ କିପରି ଚାଷୀର ଚାଷ ଜମି ସୁରକ୍ଷିତ ରହିପାରିବ ବୋଲି ଚାଷୀ ମାନେ ଦାବୀ କରିଛନ୍ତି।



