ବାରିପଦା/ବାଲେଶ୍ୱର, ୨୯/୦୬ (ସନ୍ଧାନ ନିଉଜ)- ଦୁଃଖ ଯେତେ ବେଳେ ଆସେ ଭାଇ ବନ୍ଧୁ , କୁଟମ୍ବ ସମସ୍ତଙ୍କୁ ଧରିଆସେ । ରବିବାର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଗୌମୁଖ ଗ୍ରାମରେ ଜଣେ ମହିଳା ସୋନାଲି ପାତ୍ର (୨୪),ଘର ପାଖ ,ପାନ ବରଜକୁ ପାଣି ଦେବାକୁ ଯାଇ ଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ଘର ଲୋକ ଓ ଗ୍ରାମବାସୀ ମାନେ ଖୋଜା ଖୋଜି କରି ଏକ ବାଲି ଗଦାରୁ ସୋନାଲିର ମୃତ ଦେହ ଉଧାର କରିଛନ୍ତିା ଯାହା ଫଳରେ ଗାଁରେ ଏକ ପ୍ରକାର କକଆ ଭୟ ପଡିଯାଇଛି । ମିଳିଥିବା ସୂଚନା ମୁତାବକ ପାରିପାଶ୍ୱର୍ିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି । ମୃତକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗପରେ,ପୋଲିସ ସନ୍ଦେହ ରେ ଜଣେ ଯୁବକଙ୍କୁ ଅଟକ ରଖିଛି । ସେପଟେ ମହିଳାଙ୍କ ସ୍ୱାମୀ ଖବର ପାଇଁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପାନବରଜ ନିକଟରେ ଗୋଟିଏ ସ୍ଥାନରେ କିଛି ପୋତା ଯାଇଥିବା ଦେଖି ବାଲି ଅଡେଇବାରୁ ପ୍ରଥମେ ସୋନାଲିଙ୍କ ଗୋଡ ଦେଖିବାକୁ ମିଳିଥିଲା ଗୋଡଧରି ଟାଣିବାରୁ ତାଙ୍କ ମୃତ ଦେହ ବାଲି ଭିତରୁ ମିଳିଥିଲା ।କାଳେ ସେ ବଞ୍ଚିଥିବ ବୋଲି ପରିବାର ଲୋକ ତା ମୁଁହରେ ପାଣି ଛିଞ୍ଚା ମାରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ ହୋଇଯାଇଥିଲା । ଖବର ପାଇ ବହୁ ଗ୍ରାମବାସୀ ଘଟଣା ସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ସୋନାଲିଙ୍କ ଡାହାଣ ଗୋଡ ଆଣ୍ଠ ୁ ତଳେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ତେଣୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଗାଁ ଲୋକେ ସନ୍ଦେହ କରୁଥିଲେ । କେସ୍ ଦାୟର କରୁଥିଲେ । ଯାହାର ନଂ ୧୩୪/୨୦ ଯେଉଁ ସ୍ଥାନରୁ ସୋନାଲିଙ୍କ ମୃତ ଦେହ ମିଳିଥିଲା , ପାଖରେ ଉକ୍ତ ଗ୍ରାମର ମହେଶ୍ୱର ବେହେରା ନାମକ ଜଣେ ଯୁବକ ତାବାଡିରେ ମାଟି ହାଣୁଥିବାର ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମହେଶ୍ୱରକୁ ସନ୍ଦେହରେ ଅଟକ ରଖି ପୋଲିସ୍ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବଟିକୁ ଜବଦ କରିବା ସହ ବ୍ୟବଛେନ୍ଦ ପାଇଁ ପଠାଇଛନ୍ତି । ମହେଶ୍ୱରଙ୍କୁ ଅଧିକ ପଚରା ଉଚରା ପାଇଁ ଥାନାରେ ଅଟକ ରଖା ଯାଇଛି ସୋନାଲିଙ୍କ ସ୍ୱାମୀ ଜନ୍ମେଜୟ ଜଣେ ଟ୍ରାକ୍ଟର ଚାଳକ , ସେ ବାଳେଶ୍ୱର ନିକଟସ୍ଥ ନିଧିପଣ୍ଡା ଗ୍ରାମରେ ଟ୍ରାକ୍ଟର ଚଲାନ୍ତି । ପତ୍ନୀର ମୃତଖବର ପାଇ ବାଇକ୍ରେ ଘରକୁ ଫେରୁଥିବା ବେଳେ ଲଙ୍ଗକେଶ୍ୱର ନିକଟରେ ସଡକ ଦୁର୍ଘତଣାରେ ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଛନ୍ତି ।ଏହି ଦମ୍ପତିଙ୍କର ଏକ ତିନି ବର୍ଷର ପୁଅ ଅଛି । ଖୁବ୍ ଶ୍ରୀଘ୍ର ଦୋଷୀ ଧରାପଡିବ ବୋଲି ବାଲିଆପାଳ ଥାନା ଅଧିକାରୀ ଶ୍ରୀ ବିମଳ ନାଏକ କହିଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
ବଳତ୍କାର ପରେ ହତ୍ୟା ଅଭିଯୋଗ



