ବଲିଉଡ ବିରୋଧରେ ଅଭିଯାନକୁ ନେଇ ୩୪ ଚଳଚ୍ଚିତ୍ର ନିର୍ମାତା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ

Spread the love

ନୂଆଦିଲ୍ଲୀ ୧୨/୧୦/୨୦୨୦ (ସନ୍ଧାନ ନିଉଜ) ସୋମବାର ଦିନ ବଲିଉଡର ଅନେକ ଚଳଚ୍ଚିତ୍ର ନିର୍ମାତା ନ୍ୟୁଜ୍ ଚ୍ୟାନେଲ ରିପବ୍ଲିକ୍ ଟିଭି ଏବଂ ଟାଇମ୍ସ ନାଓ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଚଳଚ୍ଚିତ୍ର ନିର୍ମାତାମାନେ ଏହି ଦୁଇଟି ଚ୍ୟାନେଲରେ ଚଳଚ୍ଚିତ୍ର ଶିଳ୍ପ ପ୍ରତି ଦାୟିତ୍ତ୍ୱହୀନ ତଥା ଅପମାନଜନକ ମନ୍ତବ୍ୟ ପ୍ରକାଶ ନକରିବାକୁ ଦାବି କରିଥିଲେ। ଚାରୋଟି ବଲିଉଡ ସଂଗଠନ ଏବଂ ୩୪ ଜଣ ଚଳଚ୍ଚିତ୍ର ନିର୍ମାତା ଯେଉଁମାନେ କୋର୍ଟରେ ପହଞ୍ଚିଛନ୍ତି ସେମାନେ ଶିଳ୍ପ ସହ ଜଡିତ ବିଭିନ୍ନ ଲୋକଙ୍କ ବିରୋଧରେ ମିଡିଆ ଟ୍ରାଏଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ଏବଂ ବଲିଉଡ ସଂଗଠନ ଦ୍ୱାରା ଦାଖଲ ହୋଇଥିବା ଏହି ମକଦ୍ଦମାରେ ମଧ୍ୟ ଶିଳ୍ପ ସହ ଜଡିତ ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଅଧିକାରରେ ହସ୍ତକ୍ଷେପ ନକରିବା ପାଇଁ ଦାବି କରିଛି। ରିପବ୍ଲିକ୍ ଟିଭି, ଏହାର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ସାମ୍ବାଦିକ ପ୍ରଦିପ ଭଣ୍ଡାରୀ, ଟାଇମ୍ସ ନାଓ, ଏହାର ସମ୍ପାଦକ ରାହୁଲ ଶିବଶଙ୍କର, ଗ୍ରୁପ ଏଡ଼ିଟର ନବିକା କୁମାର ଏବଂ ଅଜ୍ଞାତ ଅଭିଯୁକ୍ତଙ୍କ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଲିଉଡ ବିରୋଧରେ ଅପମାନଜନକ ମନ୍ତବ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଦାବି କରିଛନ୍ତି।

Related Posts

About The Author

Add Comment