ବଲାଙ୍ଗୀର ଜିଲ୍ଲାରେ ପହଞ୍ଚିବେ ୧୦୦୦ ପ୍ରବାସୀ ଶ୍ରମିକ
ବଲାଙ୍ଗୀର ଜିଲ୍ଲାରେ ପହଞ୍ଚିବେ ୧୦୦୦ ପ୍ରବାସୀ ଶ୍ରମିକ
Sandhan News |
May 17, 2020 |
ବଲାଙ୍ଗୀର, ୧୭/୦୫/୨୦ (ସନ୍ଧାନ ନିଉଜ) : ବଲାଙ୍ଗୀର ରେ ପ୍ରବାସୀ ଶ୍ରମିକ ଏକ ଟ୍ରେନ ଯୋଗେ ଆସି ପହଞ୍ଚିଥିବା ବେଳେ ପୁଣି ସମାନ ଭାବରେ ଆଉ ଦୁଇଟି ଟ୍ରେନ ରେ ପ୍ରାୟ୧୦୦୦ ଶ୍ରମିକ ବଲାଙ୍ଗୀର ରେ ପହଞ୍ଚିବା ସୂଚନା ମିଳିଛି। ଏ ନେଇ ପ୍ରଶାସନ ତରଫରୁ କର୍ଫ୍ୟୁଜାରି ସକାଳ ୧୦ଘଣ୍ଟା ରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ ୧୦୦୦ ଜଣ ପ୍ରବାସୀ ଶ୍ରମିକ ଆସୁଥିବା ସୂଚନା ମିଳିଛି । ଉକ୍ତ ପ୍ରବାସୀଙ୍କ ଘରବହୁଡା କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ସାମାଜିକ ଦୂରତା କୁ ଗୁରୁତ୍ବର ସହିତ ଅବଲମ୍ବନ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କିଛି ବ୍ୟତିକ୍ରମ ଦେଖାଯିବା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଅନେକ ଶ୍ରମିକ ଟ୍ରେନ ରୁ ଓଲ୍ହେଇ ନିଜ ମନଇଚ୍ଛା ଚାଲିଯାଉଥିବା ଓ ବିଭିନ୍ନ ଅଞ୍ଚଳକୁ ପଳାଉଥିବା ପରି ଅଭିଯୋଗ ହୋଇ ଆସୁଛି। ଏ ଦିଗରେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।
Related Posts
About The Author