ବର୍ଷିୟାନ୍‌ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କ ପରଲୋକ

Spread the love

ଭୁବନେଶ୍ୱର, ୨୯/୧ (ସନ୍ଧାନ ନିୟୁଜ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କର ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୨ ମସିହାରେ ଭଦ୍ରକ ଜିଲ୍ଲାର କଟସାହି ଗ୍ରାମରେ ଜନ୍ମଗ୍ରହଣ କରିଥିବା ବୈଦେହୀଙ୍କୁ ୧୨ ବର୍ଷ ହୋଇଥିବା ବେଳେ ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମା ଦେବୀଙ୍କ ସାନିଧ୍ୟରେ ଆସି ତାଙ୍କର ସହାୟିକା ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ। ସ୍ୱର୍ଗତାଃ ପଣ୍ଡା ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ବିନୋବା ଭାବେଙ୍କର ଓଡ଼ିଶା ଗସ୍ତ କାଳରେ ସେ ତାଙ୍କ ପାଇଲଟ୍‌ ଭାବରେ ସମଗ୍ର ରାଜ୍ୟ ପରିଭ୍ରମଣ କରିଥିଲେ। ଗତ କିଛି ଦିନ ହେବ ସ୍ୱର୍ଗତାଃ ପଣ୍ଡା ସ୍ୱାମୀ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମରେ ରହୁଥିଲେ। ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ମୃତ୍ୟୁ ପଶ୍ଚାତ୍‌ ଶରୀର ଦାନ କରିଥିବାରୁ ତାଙ୍କର ମୃତଦେହକୁ ବଡ଼ ଡାକ୍ତରଖାନାକୁ ହସ୍ତାନ୍ତର କରାଯାଇଛି।

Related Posts

About The Author

Add Comment