ବର୍ଷିଆନ ରାଜନେତା ତଥା ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର ଙ୍କ ଦେହାନ୍ତ

Spread the love

ବାଲେଶ୍ବର , ୭/୧୦ ( ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):- ବାଲେଶ୍ବର ଜିଲାର ପ୍ରବୀଣ ତଥା ପୂର୍ବତନ ସାଂସଦ ଡ଼.କାର୍ତ୍ତିକେଶ୍ୱର ପାତ୍ରଙ୍କ ଆଜି ବିଳମ୍ବିତ ରାତିରେ ୭୯ବର୍ଷ ବୟସରେ ପରଲୋକ ହୋଇଯାଇଛି।ତାଙ୍କୁ ତିନିଦିନ ହେଲା ଜ୍ୱର ହୋଇଥିବାବେଳେ ସୋମବାର  ସନ୍ଧ୍ୟାରେ ଭୁବନେଶ୍ୱର ନିଆଯାଉଥିବା ବେଳେ ପାଣିକୋଇଲି  ଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତିନିଦିନ ପୂର୍ବରୁ ଆଣ୍ଟିଜେନ ପରୀକ୍ଷା ରେ ତାଙ୍କର କୋରନା ପଜେଟିଭି ବାହାରିଥିଲା। ଭୋଗରାଇ ବ୍ଲକ ର ସୁନ୍ଦୁରଡିହି ଗ୍ରାମରେ ଡ଼. ପାତ୍ର ଅଦ୍ଧାପନାରୁ ରାଜନୀତିକୁ ଆସି 1971,1974 ଓ 1980 ରେ ଭୋଗରାଇ ରୁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ 1991 ରେ ସେ ବାଲେଶ୍ବର ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ।କଂଗ୍ରେସର ଏହି ପ୍ରବୀଣ ନେତା ମଧ୍ୟ 50 ରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରି ପ୍ରଶଂସିତ ହୋଇଛନ୍ତି।ସେଥିପାଇଁ ତାଙ୍କର ଏହି ଦେହାନ୍ତ ପାଇଁ ଭୋଗରାଇ ସମେତ ସାରା ଓଡିଶା ରେ ଶୋକର ଛାୟା ଖେଳି ଯାଇଛି ଏବଂ ଏଥିପାଇଁ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଏବଂ ଭୋଗରାଇ ବିଧାୟକ ଅନନ୍ତ ଦାସ ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ ଏବଂ ବହୁତ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଥିଲେ ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ .

Related Posts

About The Author

Add Comment