ବର୍ଷା ଯୋଗୁଁ ଗିରିଙ୍ଗକେଲା ପଞ୍ଚାୟତର ଚିନାବାଦାମ ଚାଷ କ୍ଷତିଗ୍ରସ୍ତ,ଚିନ୍ତାରେ ଚାଷୀ

Spread the love

ସୁନ୍ଦରଗଡ ତା:୨/୭/୨୦୨୧ (ସନ୍ଧାନ ନିଉଜ /ରାଜୁ ପଟେଲ )  ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତ ରେ  ଚିନାବାଦାମ ଚାଷ ପ୍ରଚୁର ପରିମାଣରେ ଚଳିତ ବର୍ଷ ହୋଇଥିଲା । ମାତ୍ର ଏ ବର୍ଷ ଚିନାବାଦାମ ଫଳପ୍ରଦ ହେବା ସମୟରେ ବର୍ଷା ଯୋଗୁଁ ଅନେକାଂଶରେ କ୍ଷତି ଘଟିଛି । ଅନେକ ଚାଷୀଙ୍କ ଚିନାବାଦାମ ନଷ୍ଟ ହୋଇଥିବା ବେଳେ ଅନେକ ପରିମାଣରେ ପାଣିରେ ପାଚିଗଲା । ଚାଷୀର ଯାହା  ଅମଳ ହୋଇ ଥିଲା ତାର ଉପଯୁକ୍ତ ମିଳିପାରୁ ନ ଥିବା ସହିତ ସମସ୍ତ ଚାଷୀ  ଧାର କରଜରେ ବୁଡି ରହିବାର ସୂଚନା ମିଳୁଛି । କର୍ପୋରେସନ ଚିନାବାଦାମ କିଣିବାପାଇଁ ଆରମ୍ଭ କରିଥିବା ବେଳେ ଚିନାବାଦାମ ଉତ୍କୃଷ୍ଟ ନୁହେଁ ଓ ପରିପକ୍ଵ ନଥିବା ଶୁଣିବାକୁ ମିଳିଛି । ତା  ସହିତ ପାଣିରେ ପଚି ଚିନାବାଦାମ ଗଜା ହେବାର ଦେଖିବାକୁ ମିଳୁଛି । ଏଥୁରେ ଚାଷୀ କିପରି ଭାବରେ ତାଙ୍କର ଧାର କରଜ ସୁଝିବେ ବୋଲି ଚିନ୍ତାରେ ଅଛନ୍ତି । ଏହି କାରଣରୁ ସରକାରଙ୍କ ତରଫରୁ କିଛି ସହାୟତା  ମିଳିଲେ ଚାଷୀ ଉପକୃତ ହେବେ ତାହା  ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Related Posts

About The Author

Add Comment