ସୁନ୍ଦରଗଡ଼ ତା:୧0-0୮-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଶାଗବାହାଲ ଗ୍ରାମ ପଞ୍ଚାୟତ ବର ଟୋଲୀ ମୁଖ୍ୟ ରାସ୍ତା ରୁ ତିଲିଆ ସିକି ପାନୀ କୁ ଯାଇଥିବା ରାସ୍ତା ଟି ପ୍ରାୟ ୩ରୁ ୪କିଲୋମିଟର ଦୂରତା ରହିଛି l ଏହି ରାସ୍ତା କଡ଼ ରେ ପ୍ରାୟ ୧000ପରିବାର ରୁ ଅଧିକ ପରିବାର ବସବାସ କରୁଥିବା ର ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ପ୍ରତି ଦିନ ଶହ ଶହ ସଂଖ୍ୟା ରେ ପ୍ରତି ଦିନ ସ୍କୁଲ, କଲେଜ ର ଛୁଆ ପିଲା ତଥା ବ୍ୟବସାୟୀ, ଜନ ସାଧାରଣ ଯା ଆସ କରିଥାନ୍ତି l ଅନେକ ଥର ଏହି ରାସ୍ତା ପାଇଁ ଏଠାକାର ସରପଞ୍ଚ DRDA, ବ୍ଲକ, ଜିଲ୍ଲା ଅଧିକାରୀ ଙ୍କୁ ଦରଖାସ୍ତ କରିଥିଲେ ମଧ୍ୟ ଏ ରାସ୍ତା ଟି ଉପରେ କାହାରି ନଜର ପଡ଼ୁ ନ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି l ବର୍ଷା ପାଣି ରେ କାଦୁଅ ପଚ ପଚ ରେ ଜନ ସାଧାରଣ ଙ୍କ ଚଳ ପ୍ରଚଳ ହୋଇ ପାରୁ ନ ଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ଅତି ଶୀଘ୍ର ଏହି ରାସ୍ତା କୁ ନିର୍ମାଣ କରିବା ପାଇଁ ପ୍ରଶାସନ କୁ ଦାବି କରିଛନ୍ତି ଜନ ସାଧାରଣ l
ବର୍ଷା ପାଣି ରେ ରାସ୍ତା ପଚପଚ ଜନ ସାଧାରଣ ଅଶାନ୍ତି, ପ୍ରଶାସନ ନିରବ l
|
August 10, 2025 |



