ବର୍ଷା ପାଣି ରାସ୍ତା ଖାଇଗଲା ରାସ୍ତା, ଏବେ ମଧ୍ୟ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରୁ ଲୋକେ ବଞ୍ଚିତ ,ପ୍ରଶାସନ ନୀରବ ଦ୍ରଷ୍ଟା ସୁନ୍ଦରଗଡ଼ ତା0୯-0୮-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ର ତିଳଡେଗା ରୁ ଦେଓଭୁବନପୁର କୁ ଯାଇଥିବା ରାସ୍ତା ଟି ଏ ବର୍ଷର ବର୍ଷା ପାଣିରେ ଧୋଇ ହୋଇ ଭାଙ୍ଗିବା ଅବସ୍ଥାରେ ରହିଥିବା ଜନ ସାଧାରଣ ରୁ ସୂଚନା ମିଳିଛି l ଜନ ସାଧାରଣ ଙ୍କ ଚଳ ପ୍ରଚଳ ପାଇଁ ସରକାର ରାଜ୍ୟ ର ସମସ୍ତ ଗ୍ରାମ୍ୟ ଅଞ୍ଚଳ ମାନଙ୍କରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ସଂକଳ୍ପ ବଧ । କେତେକ ଅଞ୍ଚଳରେ ସରକାରଙ୍କ ଯୋଜନା ପହଞ୍ଚି ପାରୁ ନ ଥିବା କାରଣରୁ ଲୋକେ ଆଜି ମଧ୍ୟ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି । ରୀତି ମତ ଭାବରେ ଏହି ରାସ୍ତା ଦେଇ ଅଞ୍ଚଳ ର ବିଭାଗୀୟ ଅଧିକାରୀ ଯାତାୟାତ କରୁଥିବା ବେଳେ ଅଣଦେଖା କରୁଥିବା ସାଧାରଣରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ବୋଲି ଜନ ସାଧାରଣ ରେ ପ୍ରକାଶ ପାଉଥିବା ଜାଣିବାକୁ ମିଳିଛି l ଏହି ରାସ୍ତା ମୁଖ୍ୟ ରାସ୍ତା ହୋଇଥିବା ବେଳେ ରୀତିମତ ଭାବରେ ରାସ୍ତାରେ ସ୍କୁଲ ଯିବା ଆସିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଏହି ରାସ୍ତା ବ୍ୟବହୃତ ହୁଏ ହେଲେ ରାସ୍ତା ପାଣିରେ ଖାଇ ଯିବା ଫଳ ରେ ଜରୁରୀ କାଳୀନ ସେବାରୁ ଅଞ୍ଚଳ ବାଶି ବଞ୍ଚିତ ରହୁଥିବା ଅଭିଯୋଗ ଆସୁଛି । ଏହି ରାସ୍ତାରେ ଯଦି ଭାରିଯାନ ଯାତାୟାତ କଲେ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବଞ୍ଚିତ ହେବାର ଦେଖାଦେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏଥିପ୍ରତି ଅତି ଶୀଘ୍ର ଜିଲ୍ଲା ପ୍ରଶାସନ ସହିତ ଅଞ୍ଚଳ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
ବର୍ଷା ପାଣି ରାସ୍ତା ଖାଇଗଲା ରାସ୍ତା, ଏବେ ମଧ୍ୟ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରୁ ଲୋକେ ବଞ୍ଚିତ ,ପ୍ରଶାସନ ନୀରବ ଦ୍ରଷ୍ଟା
|
August 9, 2025 |



