ବାରିପଦା, ୨୪/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ଯୋଗାଇଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସମୟରେ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ଉପକଣ୍ଠ ଶାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ଗ୍ରାମବାସୀ ମୁନ୍ଦାଏ ପାଣି ପାଇଁ ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ପାନୀୟଜଳ ଯୋଗାଣ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ଓ ଗୁହାରି ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ସମ୍ଭବ ହୋଇ ପାରିନାହିଁ କେଉଁଠାରେ ନଳକୂପ ମାଟିରେ ପୋତି । ହୋଇଗଲାଣି ତ ପୁଣି କେଉଁଠି ନଳକୂପରୁ ପୋକ ବାହାରୁଛି । ସେହିପରି ଘର ନିକଟରୁ ବାରିପଦା ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ଉପରେ । ଗୋଟାଏ କାଖରେ ଛୋଟପିଲା ଓ ଅନ୍ୟକାଖରେ ପାଣିଗରା ଧରି ପ୍ରାୟ ଅଧ କିଲୋମିଟର ଚାଲିବା ପରେ ରାଜପଥ ପାର୍ଶ୍ୱରେ ଥିବା ସରକାରୀ ନଳକୂପ ନିକଟରେ ଲମ୍ବାଧାଡ଼ିରେ ଛିଡ଼ାହେବାକୁ ପଡୁଛି । ଗ୍ରାମବାସୀଙ୍କ ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ରାଜ ନେତାଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ କାହାରି ଆନ୍ତରିକତା ଥିବା ଭଳି ମନେ ହେଉନାହିଁ । ଫଳରେ ନିଜ କପାଳକୁ ଆଦରି ଗ୍ରାମର ମହିଳାମାନେ ଲମ୍ବାଧାଡ଼ିରେ ଛିଡ଼ାହୋଇ ସେହି ପୋକମିଶା ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଥିବା ବେଳେ କରୋନା ମହାମାରୀ ଭୟରେ ନଳକୂପ ସୁପରଷ୍ଟେଡ଼ର ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଜନସାଧାରଣ ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି । ପୋଡ଼ାଅଣ୍ଡିଆ ଗ୍ରାମର ଲକ୍ଷ୍ମୀ ସିଂ, ସସ୍ମିତା ସିଂ, ରୀନା ସିଂ ପ୍ରମୁଖଙ୍କ କହିବା ଅନୁସାରେ ତାଙ୍କ ଗ୍ରାମର ୧୬ ନମ୍ବର ଓ ୧୭ ନମ୍ବର ୱାର୍ଡ ବାଉଁଶବିଲା ପଞ୍ଚାୟତ ଅଧୀନରେ ରହିଥିବା ସମୟରେ ବାରିପଦା ଉଦଳା ରାସ୍ତା ସୀମାରେଖା ଟାଣି ଦେଇଛି । ୧୭ ନମ୍ବର ୱାର୍ଡକୁ ପାଇପ୍ ପାଣି ବ୍ୟବସ୍ଥା ରହିଥିବା ବେଳେ ସେଥିରୁ ଦୁର୍ଗନ୍ଧଯୁକ୍ତ ପୋକପାଣି ବାହାରୁଛି । ତାହା ପିଇବା ଉପଯୋଗୀ ହୋଇ ନ ଥିବାରୁ ସେହିପାଣିକୁ କେବଳ ଗାଧୋଇବା ଓ ବାସନକୁସନ, ଲୁଗାପଟା ସଫା କରିବା ନିମନ୍ତେ ବ୍ୟବହାର କରାଯାଉଛି। ୧୬ ନମ୍ବର ୱାର୍ଡରେ ପାଇପ୍ ବିଛା ଯାଇନାହିଁ । ତେଣୁ ରାସ୍ତାପାର୍ଶ୍ବରେ ମାଟିରେ ପୋତି ହୋଇ ଯାଇଥିବା ନଳକୂପ ଏକମାତ୍ର ଭରସା ହୋଇଥିବା ବେଳେ ଗରାଏ ପାଣି ସଂଗ୍ରହ କରିବା ନିମନ୍ତେ ସଂଘର୍ଷ କରିବାକୁ ପଡ଼ିଛି । ଏନେଇ ୱାର୍ଡସଭ୍ୟ, ସରପଞ୍ଚଙ୍କଠାର। ଆରମ୍ଭ କରି ସମସ୍ତଙ୍କ ନିକଟରେ ବାରମ୍ବାର । ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ସେହିପରି ରାଜ୍ୟ ସରକାର ଘରେଘରେ ପାଇପ୍ ପାଣି ପହଞ୍ଚାଇବାର ନାରା ପାଣିରଗାରରେ ପରିଣତ ହୋଇଯାଇଛି। ସରକାରୀ ଯୋଜନାରେ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ତାହା ଜନତାଙ୍କ କାର୍ଯ୍ୟରେ ଲାଗିପାରୁ ନାହିଁ । ଏହାକୁ ନେଇ ବାଉଁଶବିଲା ସରପଞ୍ଚ ସାବିତ୍ରୀ ସିଂ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ଭୂୟାଁଙ୍କ ସହିତ ଯୋଗାଯୋଗ କରିବାରୁ ଗ୍ରାମକୁ ପାନୀୟ ଜଳଯୋଗାଣର ବ୍ୟବସ୍ଥା ନିମନ୍ତେ ଆକ୍ସନ ପ୍ଲାନ ପାସ୍ ହୋଇଯାଇଥିବା ଓ ଖୁବ୍ ଶୀଘ୍ର ପାନୀୟଜଳ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ ।
ବର୍ଷା ଦିନରେ ବି ପୋଡାଅସ୍ତିଆ ଗ୍ରାମବାସୀଙ୍କୁ ଜଳ ଚିନ୍ତା
|
August 25, 2020 |



