ଭୁବନେଶ୍ୱର, ୨୬/୧୦ (ସନ୍ଧାନ ନିଉଜ) : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପ୍ରାୟ ୩ ଦିନ ଧରି ଲାଗି ରହିଥିଲା। ପ୍ରବଳ ବର୍ଷା ଫଳରେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଭାବେ ପରିଗଣିତ ଧାନ ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି। କାରଣ ଏହି ସମୟରେ ମୁଖ୍ୟତ ଧାନଗଛରେ କେଣ୍ଡା ବାହାରିବାର ସମୟ। ଏହି ସମୟରେ ବର୍ଷା ଫଳରେ ଧାନ ବିଲ ପାଣିରେ ବୁଡି ରହିବା ଫଳରେ ଚାଷୀଙ୍କର ବ୍ୟାପକ କ୍ଷତି ହୋଇଛି। ତେବେ ଲଗାଣ ବର୍ଷାରେ କଣ କ୍ଷୟକ୍ଷତି ହୋଇଛି ତାହାର ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମସ୍ତ ଜିଲାର ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ରିପୋର୍ଟ ମିଳିବାପରେ କ୍ଷୟକ୍ଷତିର ଅନୁଦାନ ପ୍ରଦାନ କରାଯିବ କିନ୍ତୁ ଏହା ପୂର୍ବରୁ କ୍ଷତିଗ୍ରସ୍ଥମାନଙ୍କୁ ଆଂଶିକ ସହାୟତା ପ୍ରଦାନ କରିବାପାଇଁ ଜିଳାପାଳ ମାନଙ୍କୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ଫସଲ ହାନି ହୋଇଛି । ଏହା ସହିତ ଘର ମଧ୍ୟ ଭାଙ୍ଗି ଯାଇଛି । ଘର ଭଙ୍ଗା ଓ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ବର ୪ ସୁଦ୍ଧା କ୍ଷୟକ୍ଷତିର ସମୀକ୍ଷା ଶେଷ କରିବାକୁ ଚିଠିରେ କୁହାଯାଇଛି । ଯେଉଁମାନଙ୍କର ସାମନ୍ୟ କ୍ଷତି ହୋଇଛି ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ । ସରକାରଙ୍କ ଅନୁଦାନକୁ ଅପେକ୍ଷ ନ କରି ସହାୟତ ଦେବାକୁ କୁହାଯାଇଛି । ଏହା ସହିତ କ୍ଷୟକ୍ଷତିର ଆକଳନର ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ଏସ୍ଆର୍ସି ଚିଠି ମାଧ୍ୟମରେ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ବର୍ଷା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ସମସ୍ତ ଜିଲାପାଳଙ୍କୁ ଏସ୍ଆରସିଙ୍କ ନିର୍ଦ୍ଦେଶ
|
October 26, 2019 |
