ଭୁବନେଶ୍ୱର, (ସନ୍ଧାନ ନିଉଜ): ବର୍ଷକର କ୍ରାଇମ ରେକର୍ଡ ଜାରି କଲା କମିଶନରେଟ୍ ପୋଲିସ୍, ପୂର୍ବବର୍ଷ ତୁଳନାରେ ଏବର୍ଷ ବଢିଛି ଚୋରୀ ଓ ଠକେଇ । ତେବେ କମିଶନରେଟ୍ ପୋଲିସ୍ ର ସୂଚନା ଅନୂଯାଇ ୨୦୨୧ ନଭେମ୍ବର ସୁଦ୍ଧା ଭୁବନେଶ୍ୱରରରେ ଘଟିଛି ୧୮୮୦ଟି ଚୋରୀ ଘଟଣା । ଅନ୍ୟପଟେ ଲୁଟେରା ମାନେ ମଧ୍ୟ ରାଜଧାନୀ ବାସୀଙ୍କ ଚିନ୍ତା ବଢାଇଛନ୍ତି । ଏବର୍ଷ ୫୪୭ଟି ଲୁଟ୍ ମାମଲା କେବଳ ଭୁବନେଶ୍ୱରରେ ପଞ୍ଜୀକୃତ ହୋଇଛି । ୪୨୬ଟି ସିନ୍ଧି ଚୋରୀ ଓ ୭୯୨ ଟି ଠକେଇ ମାମଲା ରୁଜୁ ହୋଇଛି ।
ଏହାଛଡା ପୂର୍ବ ବର୍ଷ ତୁଳନାରେ ହତ୍ୟା ଓ ଦୁଷ୍କର୍ମ ମାମଲା ମଧ୍ୟ ବୃଦ୍ଧି ପାଇଛି । ଏବେ ସୁଦ୍ଧା କେବଳ ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ୧୧ଟି ହତ୍ୟା ଓ ୧୦୮ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ କରାଯାଇଛି । ରାଜଧାନୀରେ ଅପରାଧ ଦିନକୁ ଦିନ ସୀମା ଟପୁଥିବା ବେଳେ ଅପରାଧ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ୍ ର ସମସ୍ତ ପଦକ୍ଷପ ଏବେ ଫେଲ ମାରିବା ଭଳି ମନେ ହେଉଛି ।



