ଯାଜପୁର, ୨୭/୦୨ (ସନ୍ଧାନ ନିୟୁଜ) ପାଣିକୋଇଲି ଥାନା ଅନ୍ତର୍ଗତକରଦା ପଂଚାୟତର ବର୍ତମଣା ଗ୍ରାମର ପ୍ରଧାନସାହି ଠାରେ ଥିବା ମା ମଙ୍ଗଳା ମନ୍ଦିରରୁ ଗତ ୧୯ ତାରିଖ ରାତ୍ରୀରେ ଚୋରି ହୋଇଥବବା ବେଳେ ପୁଣି ମଙ୍ଗଳବାର ରାତ୍ରୀରେ ଚାବି ଭାଙ୍ଗି ୧୫ ଭରିର ରୂପା ମୁକୁଟ ଚୋରି ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜ୍ଜୁ କରି ଘଟଣାସ୍ଥଳେ ପହଂଚି ତଦନ୍ତ କରିଛି । ସନ୍ଧାନୀ କୁକୁର ସହାୟତା ନେବା ପାଇଁ ମନ୍ଦିରକୁ ସିଲ କରାଯିବା ସହ ମାଙ୍କ ନିତୀକାନ୍ତି ବନ୍ଦ ରହିଛି । ଗତ ୧୯ ତାରିଖ ମାଙ୍କ ୫୦ଗ୍ରାମ ସୁନାର ମୁକୁଟ, ୧୦ ଗ୍ରାମର ୩ଟି ସୁନା ଚିତା ଚୋରି ହୋଇଛି । ଅଭିଯୋଗ ପରେ ଥାନାଧିକାରୀ ଅଜୟ କୁମାର ଜେନା ସଦଳବଳେ ଘଟଣାସ୍ଥଳେ ପହଂଚି ସାଇନଟିକଫିକ ଟିମ ସହାୟତାରେ ତଦନ୍ତ କରିଥିଲେ । କିନ୍ତୁ ପରେ ଗ୍ରାମବାସୀମାନେ ୧୫ ଭରିର ଏକ ରୂପା ମୁକୁଟ ଆଣି ମନ୍ଦିରରେ ପୂଜା ପାଠ କରି ମାଙ୍କୁ ବେଶ କରାଇଥିଲେ । ଏବଂ ସେବେ ଠାରୁ ମନ୍ଦିରରେ ଚାବି ପକାଉଥିଲେ । ପୁଣି ରୂପା ମୁକୁଟ ଚୋରି ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ଏ ସର୍ମ୍ପକରେ କେହି ଜଣାସୁଣା ବ୍ୟକ୍ତି ବା ଗ୍ରାମବାସୀଙ୍କ ମଧ୍ୟରୁ କାହାର ହାତଥିବା ସନେ୍ଦହ କରାଯାଉଛି । ହେଲେ ସନ୍ଧାନୀ କୁକୁର ଦାବି କରିଥିବା ଗ୍ରାମବାସୀ କୁକୁର ଆସିବା ପରେ ଯାହା କିଛିି ଜଣାପଡିବ ।
ତାଜା ଖବର
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍
- ” ହସ୍ତକଳା ପ୍ରେମରେ ବୟୋବୃଦ୍ଧା “