ବରୁଆଁରେ କ୍ଷୁଦ୍ର ନିଯୁକ୍ତି ମେଳା – ୨୦୨୧ ଉଦ୍ଘାଟିତ

Spread the love

ଯାଜପୁର, ତା ୨୭ା୧୨ (ସନ୍ଧାନ ନିଉଜ) : ଦକ୍ଷତା ହିଁ ରୋଜଗାରର ମାପକାଠି । ବ୍ୟକ୍ତିର ଯେତେ ଶିକ୍ଷାଗତ ଯୋଗ୍ୟତା ଥାଉନା କାହିଁକି ଯଦି ରୋଜଗାର ନାହିଁ ତେବେ ଜୀବନ ନିରର୍ଥକ । ଆଜି ପୂର୍ବାହ୍ନରେ ବରୁଆଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଏହି କ୍ଷୁଦ୍ର ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଊଦ୍ଘାଟନ କରି କହିଲେ ଯେ, ଆମ ଜିଲ୍ଳ୍ାରେ ଯେଉଁମାନେ ଊଚ୍ଚ ଶିକ୍ଷା ବା ବୈଷୟିକ ଶିକ୍ଷା ଲାଭ କରିଚ୍ଥନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଏହି ମେଳାର ଉଦେ୍ଦଶ୍ୟ । ଯାଜପୁର ଜିଲ୍ଳ୍ାରେ ନିଯୁକ୍ତିର ଭରପୁର ସୁଯୋଗ ରହିଚ୍ଥି । ଖଣିଖାଦନ ତଥା ଇସ୍ପାତ ଶିଳ୍ପ ନଗରି ଭାବେ ବିଶ୍ୱ ପରିଚିତ ଯାଜପୁର ଜିଲ୍ଳ୍ାର ଯୋଗ୍ୟ ପ୍ରାର୍ଥୀ ମାନେ ଏହି ନିଯୁକ୍ତି ମେଳାରେ ଭାଗ ନେଇ ନିଶ୍ଚିତ ଉପକୃତ ହେବେ । ଯାଜପୁର ଜିଲ୍ଳ୍ା ପ୍ରଶାସନ ତଥା ଜିଲ୍ଳ୍ା ନିୟୋଜନ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନିଯୁକ୍ତି ମେଳାର ଆୟୋଜନ । ଏଣୁ ଅଧିକରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ସେମାନଙ୍କର ଦକ୍ଷତା ମାଧ୍ୟମରେ ଏହାର ସୁଯୋଗ ନେବାକୁ ଜିଲ୍ଳ୍ା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଆଶାୟୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରୁଆଁ ଆଇ.ଟି.ଆଇ. କଲେଜର ଅଧ୍ୟକ୍ଷା ସବିତା ରାଣୀ ସାହୁ, ଜିଲ୍ଳ୍ା କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment