ରସୁଲପୁର,୧୯/୦୨ (ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ ପଂଚାୟତରେ ଆଜି ବରୀ ବିଜେପି ନେତା ବିଶ୍ୱରଂଜନ ମଲ୍ଲିକଙ୍କ ନେତୃତ୍ୱରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନ ସାଢେ ୧୦ଟାରେ ପଂଚାୟତ ବିଜେପି ସଭାପତି ମାଗୁଣି ମହାଳିକଙ୍କ ନେତୃତ୍ୱରେ ପରାମର୍ଶ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଳପୁଆ, ଅର୍ଥଗାଁ, ଚଅପୋଇ ଆଦି ଗ୍ରାମ ପରିକ୍ରମା କରିଥିଲେ । ପଦଯାତ୍ରା ସମୟରେ ନେତା ଓ କର୍ମୀଗଣ ରାଜ୍ୟର ଶାସକ ଦଳ ବିରୁଦ୍ଧରେ ଘର ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏଥିସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖି ଯୋଜନା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ପଂଚାୟତର ଭୋଟର ଭାଇମାନେ ପଂଚାୟତ ନିର୍ବାଚନରେ ଯୁବନେତା ମଲ୍ଲିକଙ୍କ ସମର୍ଥୀତ ପ୍ରାର୍ଥୀକୁ ଯେମିତି ସମର୍ଥନ ଦେଇଥିଲେ । ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସମର୍ଥନ ଜଣାଇବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ପ୍ରଶାନ୍ତ ମଲ୍ଲିକ, ନିରଞ୍ଜନ ଜେନା, ତପନ ମଲିକ, ଜନାର୍ଦ୍ଧନ ଷଢଙ୍ଗୀ, ଚକ୍ରଧର ବେହେରା ପ୍ରମୁଖ ଯୋଗଦେଇ ଥିଲେ ।
ତାଜା ଖବର
- ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ
- ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
- ତିଆରି ହେଲା ଇତିହାସ, ୧୯ ତମ ବିଭାହ ବାର୍ଷିକୀରେ ଦମ୍ପତି ଚୁକ୍ତି କଲେ ମର ଶରୀର ଦାନ
- ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା
- ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ ?
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ