ବରୀରେ ଛତୁଆ ଘୋଟାଲା ପଦାରେ ପଡ଼ି ଦାଣ୍ଡରେ ଗଡ଼ୁଚି

Spread the love

ଯାଜପୁର, ୦୫/୦୮/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ଛତୁଆ କେଳେଙ୍କାରି ଦାଣ୍ଡରେ ପଡ଼ିି ହାଟରେ ଗଡ଼ୁଚି ଏହିପରି ଅଭିଯୋଗ ହୋଇଚି । ବରୀ ବ୍ଲକ୍ର ଗମୁକୃଷ୍ଣନଗର କମଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି କାଞ୍ଚନବାଳା ଶୁକ୍ଳ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବରୀ ବ୍ଲକର ଗମୁକୃଷ୍ଣନଗରର ରାଧାଶ୍ୟାମ ଶୁକ୍ଳ ଧର୍ମପତ୍ନୀ କାଞ୍ଚନବାଳା ଶୁକ୍ଳ ଏଠାରେ ସୂଚନା ଯୋଗ୍ୟ ଯେ, ରାଧାଶ୍ୟାମ ଶୁକ୍ଳ କରୋନାରେ ଆକ୍ରାନ୍ତ ହୋଇ ଏବଂ ତାଙ୍କର ଏକମାତ୍ର ପୁଅ ଅମିତାଭ ଶୁକ୍ଳ(ଲୁଲୁ) ବାପ ପୁଅ ଦୁଇଜଣ ଜାକ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ନସିଂ ହୋମରେ ଚିକିତ୍ସିତ ହେଉଥିବା ବେଳେ, ବାପ ପୁଅ ଦୁଇଜଣଙ୍କର ସେଠାରେ ମୃତୁ୍ୟ ଘଟିଥିଲା । ଯାହାକି କାଞ୍ଚନବାଳା ଶୁକ୍ଳ ସ୍ୱାମୀ ଏବଂ ପୁଅଙ୍କ ମୃତୁ୍ୟରେ ଭାଙ୍ଗିପଡ଼ିଥିବା ବେଳେ, ଗମୁକୃଷ୍ଣନଗରରେ ଚାଲୁଥିବା କମଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି କାଞ୍ଚନବାଳା ଶୁକ୍ଳ ଯାଜପୁର ଜିଲ୍ଲାପାଳ ଏବଂ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଶ୍ରୀମତୀ ଶୁକ୍ଳ କରିଥିବା ବେଳେ, ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ୨୦୨୧ ମସିହା ପର୍ଯ୍ୟନ୍ତ ମା କମଳା ସ୍ୱୟଂ ସହାୟକ ଗୋଷ୍ଠି ବରୀ ବ୍ଲକର ଅଙ୍ଗନୱାଡି କେନ୍ଦ୍ର ୧୦୯ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଛତୁଆ ପ୍ରସ୍ତୁତ କରି କମଳା ସ୍ୱୟଂ ସହାୟକ ଗୋଷ୍ଠି ଛତୁଆ ଯୋଗାଇ ଆସୁଥିଲା । ସଭାପତିଙ୍କ ନିଜ ବାସଭବନ ପରିଶରରେ ସରକାରଙ୍କ ପ୍ରସ୍ତୁତ ଛତୁଆ କରିଥିବା ଗହମ ରହିଥିବା ବେଳେ, ଏହାକୁ ବିଶୋଧନ କରାଯିବାକୁ ସଭାପତି ଅକ୍ଷମ ପ୍ରକାଶ କରିଥିଲେ । ଏନେଇ ଯାଜପୁର ଜିଲ୍ଲାପାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହିତ ବରୀ ବ୍ଲକର ସିଡିପିଓ ଏହି ଅସହାୟ ମହିଳାଙ୍କ ଅସୁବିଧାକୁ ନବୁଝିପାରି ଛତୁଆ ପ୍ରସ୍ତୁତ କରି ବଣ୍ଟନ କରିବାପାଇଁ ଶ୍ରୀମତୀ ଶୁକ୍ଳଙ୍କୁ ତାଗିଦ କରିଥିଲେ । ଶ୍ରୀମତୀ ଶୁକ୍ଳ ସିଡିପିଓଙ୍କୁ କାରଖାନା ବିଶୋଧନ ନହେବା ପର୍ଯ୍ୟନ୍ତ କାମକରାଯିବ ନାହିଁ ଶ୍ରୀମତୀ ଶୁକ୍ଳ ସିଡିପିଓଙ୍କୁ କହିଥିଲେ । ସିଡିପି କୌଣସି କଥାକୁ କର୍ଣ୍ଣପାତ ନକରି ଏହି ଗୋଷ୍ଠିର ପୂର୍ବତନ ସମ୍ପାଦିକାଙ୍କୁ କମଳା ସ୍ୱୟଂ ସହାୟକ ଗୋଷ୍ଠି ଅନ୍ୟ ଏକ କମିଟି ତିଆରି କରିବା ସହିତ ଛତୁଆ ପ୍ରସ୍ତୁତ କରିବା ସହିତ ବଣ୍ଟନ ଦାୟିତ୍ୱ ଦେଇଥିଲେ । କମଳା ସ୍ୱୟଂ ସହାୟକ ଗୋଷ୍ଠି ସରକାରି କାଗଜପତ୍ର ସଭାପତି ଶ୍ରୀମତୀ ଶୁକ୍ଳଙ୍କ ନିଟରେ ରହିଥିବା ବେଳେ, ବରୀ ବ୍ଲକର ସିଡିପିଓ କିପରି ଏହି ଗୋଷ୍ଠିରୁ ବହିସ୍କୃତ ହୋଇଥିବା ସମ୍ପାଦିକାଙ୍କୁ କାର୍ଯ୍ୟାଦେଶ ଦେଲେ ଶ୍ରୀମତୀ ଶୁକ୍ଳଙ୍କ ଘରେ ଛତୁଆ ପ୍ରସ୍ଥୁତ ପାଇଁ ଗହମ ଥିବା ବେଳେ, ଛତୁଆ କିପରି ପ୍ରସ୍ତୁତ କରାଯାଇ ୩ମାସ ହେଲା ବଣ୍ଟନ କରାଯାଉଥିବା ସିଡିପିଓ ସରକାରୀ ନିୟମକୁ ଉଲ୍ଲଘନ କରି ଯାଜପୁର ଜିଲ୍ଲାପ୍ରଶାସନ ମିଥ୍ୟା ରିପୋର୍ଟ ପ୍ରଦାନ କରାଯାଇଥିବା ଶ୍ରୀମତୀ ଶୁକ୍ଳ ଅଭିଯୋଗ କରିଛନ୍ତି । ଏନେଇ ଆମ ଜିଲ୍ଲା ପ୍ରତିନିଧି ଯାଜପୁର ଉପଜିଲ୍ଲାପାଳଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଉପଜିଲ୍ଲାପାଳ ଫୋନ ଉଠାଇନଥିବା ଦେଖିବାକୁ ମିଳିଚ ।

Related Posts

About The Author

Add Comment