ଭୁୁବନେଶ୍ୱର, ୧୦/୧୦/୨୦୨୧ (ସନ୍ଧାନ ନିଉଜ) : ଭୁୁବନେଶ୍ୱରରେ ଚାଞ୍ଚଲ୍ୟ । ଭୁବନେଶ୍ୱର ପାତ୍ରପଡା ନିକଟସ୍ଥ ଏକ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନିଷଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଯାଇଛି । ତେବେ ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନିଷ ଅନୁରାଗ ବୋଲି ସୂଚନା ମିଳିଛି । ତାଙ୍କର ବୟସ ମାତ୍ର ୩୦ ବର୍ଷ ବୋଲି ଜଣାପଡିଛି । ଗତକାଲି ରାତିରେ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଶ୍ରୀବିହାର ସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିବା ମନିଷ ଫୋନ କରି ସୂଚନା ଦେଇଥିଲେ । ପୁଅ ମଧ୍ୟ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନିଷଙ୍କ ମୃତଦେହ ଉଦ୍ଧାର
|
October 10, 2021 |
