ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସମ୍ବଲପୁରରୁ ମଦୁରାଇ ଓ ରାମେଶ୍ବର ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Spread the love
ଭୁବନେଶ୍ୱର, ୮/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ଆଜି ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜି ସମ୍ବଲପୁରରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ମଦୁରାଇ ଓ ରାମେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୀର୍ଥଯାତ୍ରୀ ମାନଙ୍କୁ ଶୁଭକାମନା ଜଣାଇଥିଲେ। ଯାତ୍ରୀମାନେ ସେମାନଙ୍କ ପ୍ରତିକ୍ରିୟାରେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ତୀର୍ଥଯାତ୍ରା ପାଇଁ ସେମାନଙ୍କ ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ସଚିବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିବାବେଳେ ସମ୍ବଲପୁର ରେଳଷ୍ଟେସନରେ ଜଳସଂପଦ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

 

Related Posts

About The Author

Add Comment