ବରଗଡ଼ : ୬ ଜଣ ଡକାୟତ ଗିରଫ

Spread the love

ବରଗଡ଼, ୧୯/୫ (ସନ୍ଧାନ ନିୟୁଜ): ଗତ ୧୨ ତାରିଖରେ ହୋଇଥିବା ଏକ ଲୁଟ୍ ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୁଲିସ୍‌ ୬ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ସମସ୍ତ ଲୁଟ୍ ସାମଗ୍ରୀ ସହିତ ୨ଟି ବାଇକ୍‌ ଜବତ କରାଯାଇଛି।

 ଏମାନେ ବାବୁଲାଲ୍‌ ମେହର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩୪ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ୍ ଫୋନ୍‌ ଲୁଟି ନେଇଥିଲେ। ଏନେଇ ବୁଡ଼େନ୍‌ ଥାନାରେ ଅଭିଯୋଗ ହୋଇଥିଲା।ପଦ୍ମପୁର ଉପଖଣ୍ଡ ପୁଲିସ୍‌ ଅଧିକାରୀ (ଏସ୍‌ଡିପିଓ) ପ୍ରଦୀପ କୁମାର ସାହୁ କହିଛନ୍ତି,“ବାବୁଲାଲ ମେହେର ଏକ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ୧୨ ତାରିଖ ଦିନ ସେ ଟଙ୍କା ସଂଗ୍ରହ କରି ଅଫିସ୍‌କୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ଏକ ବନ୍ଧ ପାଖରେ ତାଙ୍କୁ ଅଟକାଇ ମାରପିଟ କରିଥିଲେ। ଏହା ପରେ ତାଙ୍କ ବ୍ୟାଗ୍‌ରେ ଥିବା ୩୪ ହଜାର ଟଙ୍କା ନେଇ ଯାଇଥିଲେ। ସେମାନେ ତାଙ୍କ ବାଇକ୍ ଓ ମୋବାଇଲ୍ ଫୋନ୍ ବି ନେଇ ଯାଇଥିଲେ। ସେମାନେ ବାବୁଲାଲ୍‌ଙ୍କୁ ବାନ୍ଧି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।”ସେ ଆହୁରି କହିଛନ୍ତି,“ଏ ସଂକ୍ରାନ୍ତରେ ବୁଡେନ୍ ଥାନାରେ ମାମଲା ରୁଜୁ ହୋଇଥିଲା। ଏ ଘଟଣାର ତଦନ୍ତ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।”

Related Posts

About The Author

Add Comment