ଦ୍ବାରଶୁଣି, ୧୮/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) – ବାଙ୍ଗିରିପୋଷି ବନ ବିଭାଗକୁ ମିଳିଛି ସଫଳତା। ଚୋରା କାଠ ଚାଲାଣରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ପିକଅପ ଭ୍ୟାନ ଜବତ କରିଛନ୍ତି ବନ କର୍ମଚାରୀ ସୂଚନା ମୁତାବକ, ଗତ ବୁଧବାର ମଧ୍ୟରାତ୍ରସମୟରେ ବାଙ୍ଗିରିପୋଷି ବନ୍ୟଚଳ ଅଧ୍ୟସ୍ଥ ରାଜାଲୋକା ବିଟର ଝାରପୋଖରିଆ ଥାନା ଅନ୍ତଗର୍ତ ଚାଟରା ରାସ୍ତାରେ ବନବିଭାଗ ତରଫରୁ ରାତ୍ର ପେଟ୍ରୋଲିଂ ଚାଲିଥିବା ବେଳେ ଡବ୍ଲୁବି ୩୧-୨୩୩୨ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦେଖୁ ବନ ବିଭାଗ କର୍ମଚାରୀତାକୁ ଅଟକାଇଥିଲେ। ତେବେ ଭ୍ୟାନରେଚୋରା କାଠଗଣ୍ଡି ଚାଲାଣ ହେଉଥିବା ଜାଣି କାଠଗଣ୍ଡି ବୋଝେଇ ଭ୍ୟାନଟିକୁ । ଜବତ କରିବା ସହ ଚାଳକକୁ ଗିରଫକରିଥିଲେ । ଏହି ପିକଅଫ ଭ୍ୟାନରେ ମୋଟ ୧୬ ଖଣ୍ଡ ନିମ୍ବ ଓ ଗମ୍ଭାରି କାଠଗଣ୍ଡି ରହିଥିଲା । ଉକ୍ତ କାଠଗଣ୍ଡିର ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଊଦ୍ଧ ହେବ ବୋଲିବନ ଅଧିକାରୀ ଅଜୟ କୁମାର ଦାସ ପ୍ରକାଶ କରିଛନ୍ତି । ଏନେଇ ବାଙ୍ଗିରିପୋଷି ବନାଞ୍ଚଳ ତରଫରୁ କେଶନଂ ୯୯ ବିପି (୨୦-୨୧ ରୁଜୁ କରାଯାଇଝାରପୋଖରିଆ ଅନ୍ତର୍ଗତ ଉଚଗାଁ ଗ୍ରାମର ଅଭିଯୁକ୍ତ ବିକାଶ ବେରାଙ୍କୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖୁଛି ।
ବନ ବିଭାଗ ଦ୍ବାରା ଧରାପଡିଲା କାଠ ବୋଝେଇ ପିକ୍ଅପ
|
December 18, 2020 |



