ବନ୍ଧୁମିଳନ ଆଳରେ ବଡଚଣା ବିଧାୟକଙ୍କ ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ପ୍ରକାଶ କଲେ ବି ଜେ ଡି ସମର୍ଥକ

Spread the love

ଯାଜପୁର, ୩/୧ (ସନ୍ଧାନ ନିୟୁଜ: ବଡଚଣା ବିଧାୟକଙ୍କ କାର୍ଯ୍ୟକଳାପ ବିରୋଧରେ ପୂର୍ବରୁ ବହୁ ପୁରୁଖାନେତା ଦିର୍ଘଦିନ ହେବ ଅସନ୍ତୋଷ ବ୍ୟକ୍ତକରି ସମାନ୍ତରାଳ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ଆଜି ବନ୍ଧୁମିଳନ ଆଳରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ ଏକ ସମାନ୍ତରାଳ ସଭା କରିଥିଲେ । ବିଧାୟକଙ୍କ ଫଟୋକୁ ବାଦଦେଇ ଶ୍ରୀ ନନ୍ଦଙ୍କର ଅଭିନନ୍ଦନ ବ୍ୟାନର ବଡଚଣା ନିର୍ବାଚନୀ ମଣ୍ଡଳୀ ସାରା ଦେଖିବାକୁ ମିଳିଥିଲା । ଆଜି ବନ୍ଦାଳୋ ଠାରେ ବନ୍ଧୁମିଳନ ଜରିଆରେ ନିର୍ବାଚନମଣ୍ଡଳୀର କେତେକ ଛାମୁଆ ସଂଗଠକ,ସରପଂଚ,ସମିତିସଭ୍ୟ ଓ ବିଜେଡି ପଦାଧିକାରୀ ବ୍ୟକ୍ତିଙ୍କୁ ଏହି ମିଳନ ଉସôବରେ ଦେଖିବାକୁ ମିଳିଥିଲା । ଦଳର ବହୁ ବରିଷ୍ଠ କର୍ମୀ ଓ ଅଭିଜ୍ଞତା ଥିବା ତଥା ଆଗଧାଡିର ନେତା ଓ ଯୁବକର୍ମୀଙ୍କୁ ଅଣଦେଖା କରାଯିବାରୁ ଦିର୍ଘଦିନର ପୁଞ୍ଜିଭୂତ ଅସନ୍ତୋଷ ଧିରେଧିରେ ତୀବ୍ର ହେବାରେ ଲାଗିଛି । କେତେକ ଅନଭିଜ୍ଞ ଓ ଅପାଠୁଆ ବ୍ୟକ୍ତିଙ୍କୁ ଦଳର ପ୍ରମୁଖ ଦାୟୀତ୍ୱ ପ୍ରଦାନ ଏବଂ ତାଙ୍କ ଜରିଆରେ ସାଙ୍ଗଠନିକ କାର୍ଯ୍ୟ କରାଯାଇଥିବାରୁ ଏହାର ପ୍ରତିବାଦରେ ସମଗ୍ର ନିର୍ବାଚନୀ ମଣ୍ଡଳୀରେ ଅସନ୍ତୋଷ ବଢିବଢି ଚାଲିଛି । ଏହି ବନ୍ଧୁମିଳନ ଆୟୋଜନ କରିଥିବା ଶ୍ରୀ ନନ୍ଦ ଏବେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସହିତ ମାହାଙ୍ଗା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଦଳର ସାଙ୍ଗଠିତ କରିବା ଏବଂ ନିର୍ବାଚନ ସମୟରେ ଚାଣକ୍ୟ ଭାବେ ଏହାର ପରି·ଳନା ଦାୟୀତ୍ୱ ନେଇ ଦଳକୁ ବିଜୟ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ । ସେ ବିଧାୟକଙ୍କର ଅତ୍ୟନ୍ତ ଅତରଙ୍ଗ ବୋଲି ସମଗ୍ର ନିର୍ବାଚନ ମଣ୍ଡଳୀରେ ପରିଚିତ ଥିଲେ ବି,ହଠାତ ବିଧାୟକଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାସହ ବନ୍ଧୁମିଳନ ଆଳରେ ତାଙ୍କୁ ବିରୋଧ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କ୍ଷମତାରେ ଥାଇବି ପ୍ରଥମଥର ପାଇଁ ପଞ୍ଚାୟତ ସମିତି ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ସଭ୍ୟ ନଥିବାରୁ ଦଳ ହାତରୁ ସମିତି ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଥିଲା । ବିଧାୟକ ବ୍ୟତିବ୍ୟସ୍ତ ହେବା ସହ ଏହାର ସମାଧାନ ପାଇଁ ଶେଷରେ ଶ୍ରୀ ନନ୍ଦଙ୍କ ସରଣାପନ୍ନ ହେବାରୁ ଆବଶ୍ୟକ ସଂଖ୍ୟକ ସଭ୍ୟ ଯୋଗାଡ କରି ସମିିତି ଅଧ୍ୟକ୍ଷ ହାତେଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦଳର ଅନ୍ୟଏକ ଗୋଷ୍ଠି ଅନଜଣେ ସମିତିସଭ୍ୟକୁ ଅଧ୍ୟକ୍ଷ ପାଇଁ ବିଧାୟକଙ୍କ ନିକଟରେ ଦାବୀ କରିଥିବା ବେଳେ ଛତିଆ ପଞ୍ଚାୟତର ସମିତିସଭ୍ୟ ଭାଗ୍ୟଧର ମଲିକଙ୍କୁ ଅଧ୍ୟକ୍ଷ କରାଇବାରେ ଶ୍ରୀ ନନ୍ଦ ସଫଳ ହୋଇଥିଲେ । ଏହା ପରଠାରୁ ଦଳଭିତରେ ଅନ୍ତଦ୍ୱନ୍ଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଲା । ବିଧାୟକଙ୍କ ଇସାରାରେ ଦଳର ସଭାପତିଙ୍କ ପାଖରେ ସମସ୍ତ କ୍ଷମତାକୁ ପ୍ରଦାନ କରାଯିବା ବେଳେ ଶ୍ରୀ ନନ୍ଦଙ୍କ ଗୋଷ୍ଠି ସେହି ସମୟରୁ କୋଣଠେସା ହୋଇ ରହିଆସିଛନ୍ତି । ଯୁବ ବିଜେଡି ନେତା ଧନେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଛତିଆ ସରପଞ୍ଚ ନୟନା ବେହେରା,ରାଧାଦେଇପୁର ଆଶିଷ ରଂଜନ ଚୌଧୁରୀ,ବାଲିପଡିଆ ସର୍ମିଷ୍ଠା ବେହୁରା,ବୈରୀ ବିଷ୍ଣୁପ୍ରୀୟା ସାହୁ,ବନ୍ଦାଳୋ ପ୍ରତିମା ଓଝା,ବଡଚଣା ଭାଗ୍ୟଧର ପ୍ରଧାନ,ଚମ୍ପାପୁର ଆଶାଲତା ସ୍ୱାଇଁ,ବାଲିଚନ୍ଦ୍ରପୁର ଫନିନ୍ଦ୍ର ପଣ୍ଡା,ନେଳିଆ ଓସି ଦେହୁରୀ ଏବଂ ସମିତିସଭ୍ୟ ସୁରେଶ ନାୟକ,ବ୍ରହ୍ମାନନ୍ଦ କବି,କନକଲତା ଭଞ୍ଜ,ଜୋସ୍ନାମୟୀ ଦାସ,ପ୍ରୀୟଙ୍କା ପ୍ରୀୟଦର୍ଶିନୀ ସାହୁ,ସଂଯୁକ୍ତା ଦେହୁରୀଙ୍କ ସହିତ ୧୯ନମ୍ବର ଜୋନ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ସାମଲ,ବରିଷ୍ଠନେତା ପ୍ରୀୟନାଥ ପୃଷ୍ଟି,ପୂର୍ବତନ ସରପଞ୍ଚ ଗଣେଶ୍ୱର ସାମଲ,ରତ୍ନାକର ପ୍ରଧାନ,ଦମୟନ୍ତି ସାମଲ,ବାବୁଲି ବିଶ୍ୱାଳ ଓ ପୂର୍ବତନ ସମିତିସଭ୍ୟ ପ୍ରଫୁଲ ବିଶ୍ୱାଳ,ମିହିର ଖୁଣ୍ଟିଆ ଏବଂ ଆଗଧାଡିର ନେତା ଉସôବ ବିଶ୍ୱାଳ,ସୁଦର୍ଶନ ଜେନା,ଅନନ୍ତ ସିଂହ,ପରମେଶ୍ୱର ବଳଙ୍କ ସମେତ ଶତାଧିକ ଦଳୀୟକର୍ମୀ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରକାଶ ଥାଉକି ୨୦୦୪ ମସିହାରେ ଦଳଭିତରେ ଏଇଭଳି ଗୋଷ୍ଠି କନ୍ଦଳ ଦେଖାଦେଇଥିବା ବେଳେ ଦଳୀୟ ସୁପ୍ରିମୋ ବାଧ୍ୟହୋଇ ଶ୍ରୀ ଶତପଥୀଙ୍କୁ ବିଧାୟକ ଟିକେଟରୁ ବଞ୍ଚିତ କରିଥିଲେ । ଏଭଳି ବନ୍ଧୁମିଳନ ଆଗାମୀ ଦିନରେ କଣ ରୂପରେଖ ନେବ ତାହା ସମୟ କହିବ ।

Related Posts

About The Author

Add Comment