ବନ୍ଧୁକ ମୁନ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା

Spread the love

କେନ୍ଦୁଝର, ୨/୨/୨୬  (ସନ୍ଧାନ ନ୍ୟୁଜ ) : ପାଣି ପିଇବା ଆଳରେ ରଚିଲେ ନାଟକ | ଲୁଟିନେଲେ ୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷର ସୁନା ଗହଣା । ବ୍ୟବସାୟୀଙ୍କୁ ବନ୍ଧୁକ ମୁନ ଦେଖାଇ କଲେ ଲୁଟ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଂଶପାଳ ଶୁଆକାଟି ଫାଣ୍ଡି କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ | ଯେଉଁଠି ସଶସ୍ତ୍ର ଡକାୟତି ହୋଇଛି। ଗତ ରବିବାର ବିଳମ୍ବିତ ରାତିରେ ହଠାତ୍ ଆସିଥିଲେ ଆଠ ଜଣ ମୁଖା ପିନ୍ଧା ଡକାୟତ । ଏବଂ ବ୍ୟବସାୟୀ ସଂଗ୍ରାମ କେଶରୀ ନାଏକଙ୍କ ଘରକୁ ପଶିଥିଲେ ପାଣି ମାଗିବା ବାହାନାରେ । ଦୁର୍ଘଟଣା ହୋଇଛି ବାବୁ ଟିକେ ପିଇବାକୁ ପାଣି ଦିଅ । ଆଉ ଘରେ ପଶି ପରେ ବନ୍ଧୁକ ମୁନ ଦେଖାଇ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଏବଂ ୧୧ ଲକ୍ଷ ଟଙ୍କାର ସୁନା ଗହଣା   ସଂଗ୍ରାମ ଙ୍କ କହିବାନୁସାରେ, ଡକାୟତ ମାନେ ପ୍ରଥମେ ଜଣେ ବ୍ୟକ୍ତିକୁ ଟେକି ଟେକି ଆଣି ଦୁର୍ଘଟଣା ହୋଇଯାଇଛି ବୋଲି କହି ଟିକେ ପାଣି ଦିଅ ବୋଲି ନାଟକ ରଚିଥିଲେ । ଆଉ ଯେତେବଳେ ଘର ଲୋକେ ପାଣି ଦେବାକୁ କବାଟ ଖୋଲିଲେ ଠିକ ସେତିକିବେଳେ ୮ ଜଣ ମୁଖା ପିନ୍ଧା ଡକାୟତ ତୁରନ୍ତ ଘର ଭିତରେ ପଶି ଯାଇଥିଲେ | ପରେ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ସବୁ ଛଡାଇ ନେବା ସହ ସମସ୍ତ ଙ୍କୁ ଗୋଟେ ଘରେ ପୁରାଇ କାବାଟ ବନ୍ଦ କରି ଦେଇଥିଲେ  ଆଉ ତା’ପରେ ଘରର ଅଲମାରି,ଖଟର ବକ୍ସ ଓ ବ୍ୟାଗ ଆଦି ଖୋଲି ତନ୍ନ ତନ୍ନ କରି ଖୋଜି ସମସ୍ତ ଟଙ୍କା ପଇସା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ । ଡକାୟତ ମାନଙ୍କ ମଧ୍ୟରୁ ୭ ଜଣ ମୁଖା ପିନ୍ଧିଥିଲେ। ଏବଂ ଜଣେ ମୁଖା ପିନ୍ଧି ନ ଥିଲା । ସମସ୍ତ ଙ୍କ ହାତରେ ବନ୍ଧୁକ ଥିବା ସଂଗ୍ରାମ କହିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Related Posts

About The Author

Add Comment