ଲିଙ୍ଗରାଜ ପଣ୍ଡା : ସହରକୁ ପୁଣି ଲେଉଟିଲା କଳା ପଲସର ଆତଙ୍କ। ୩ଲୁଟେରା ପଲସରରେ ଆସିଲେ ଲୁଟିନେଇ ଖସି ପଳାଇଲେ।ତେବେ ବନ୍ଧୁକ ମୁନରେ ୭୦ ହଜାର ଟଙ୍କାର ଲୁଟ କରି ନେଲେ। ବାରିପଦା ଟାଉନଥାନା ଅନ୍ତର୍ଗତ ମୁର୍ଗାବାଡି ଅଂଚଳରୁ ଲୁଟ। ମୁର୍ଗାବାଡିରେ ଥିବା ଏକ ଲୁହାଛଡ଼ ଦୋକାନ ମାଲିକଠାରୁ ବନ୍ଧୁକ ଦେଖାଇବା ସହ ଆକ୍ରମଣ କରି ୭୦ ହଜାର ଟଙ୍କାର ଲୁଟ। ଶିକାର ହେଇଥିବ ବ୍ୟବସାୟୀ ହେଲେ ଦେବକୀ ଟ୍ରେଡ଼ର୍ସର ମାଲିକ ଶମ୍ବୁଦୟାଲ ଖଣ୍ଡେଲୱାଲ। ସୂଚନା ଅନୁଯାୟୀ ଲୁଟେରାମନେ ମୂର୍ଗାବାଡ଼ିରୁ ଦେଉଳି ରାସ୍ତାରେ କଳା ପଲସରରେ 3ଜଣ ଆସି ଜିନିଷ କିଣିବା କହି ମାଲିକଙ୍କ ସହ କଥା ହେଉଥିବା ସମୟରେ ହଠାତ ବନ୍ଧୁକ ଦେଖାଇ ଦୋକାନ ମାଲିକକୁ ମାଡମାରି ଭୟଭୀତ କରି ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ତେବେ ଲୁହାଛଡ଼ ଦୋକାନର ମାଲିକ ଶମ୍ବୁଦୟାଲ ଖଣ୍ଡେଲୱାଲ ସମେତ ଅନ୍ୟ ଦୁଇ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଚି ଛାନବୀନ ଚଳାଇଛି। ସେପଟେ ଦିନକୁଦିନ ବାରିପଦାରେ ଲୁଟ ଏବଂ ଛିନତାଇ ମାମଲା ବଢ଼ିବାରେ ଲାଗିଥିବାରୁ ପୋଲିସ ନିଷ୍କ୍ରିୟ ଥିବାକଥା ସହରରେ ଚର୍ଚ୍ଚା ଜୋର ଧରିଛି।
ବନ୍ଧୁକ ମୁନରେ ଦୋକାନୀଙ୍କୁ ଲୁଟ……
|
December 8, 2020 |


