ବନ୍ଧୁକ ଦେଖାଇ ଲୁଟ, ଜେଲ ୱାର୍ଡରଙ୍କ ସହ ଠିକାଦାର ଗିରଫ; ବୁଲେଟ ଜବତ

Spread the love

ନୀଳଗିରି, ୨୯/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଜୁଏଲାରୀ ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ କରିବା ଅଭିଯୋଗରେ ଜଣେ ଜେଲ ୱାର୍ଡର ଓ ଠିକାଦାର ଗିରଫ ହୋଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା, ଅସୁରା ଅଞ୍ଚଳର ତଥା ଭଦ୍ରକ ଅଞ୍ଚଳର ଖେମକା ଜୁଏଲାରୀର ମାଲିକ ଆଲୋକ ଖେମକା ବାଲେଶ୍ଵର ଜିଲା, ନୀଳଗିରି ଥାନା ଅଧୀନ ମୁକୁନ୍ଦପୁର ନିକଟ ବିଶେଶ୍ୱର ମହାଦେବଙ୍କ ପୀଠକୁ ବୁଲିବାକୁ ଆସିଥିଲେ । ଶ୍ରୀ ଖେମକା ପରିବାର ସହ ୩ଟି କାରରେ ରବିବାର ଅପରାହ୍ନରେ ଏଠାକୁ ଆସୁଥିବା ରାସ୍ତାର ବାରହାକୋଇଲି ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଡ୍ରାଇଭରକୁ ଟାଣି ନିସ୍ତୁକ ମାଡ଼ ମାରିଥିଲେ । ଉକ୍ତ ଗାଡ଼ିରେ ବସିଥିବା ଜୁଏଲାରୀ ମାଲିକ ଶ୍ରୀ ଖେମକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏମାନେ ୧୨ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ସେମାନେ‌ଆସିଥିବା ବୁଲେଟ ନମ୍ବର ସମ୍ପର୍କରେ ନୀଳଗିରି ପୁଲିସକୁ ଖବର ଦିଆଯିବା ସହ ଏନେଇ ଥାନାରେ ଏକ ଏତଲା ମଧ୍ୟ ଦାଏର କରାଯାଇଥିଲା । ଏହ ଘଟଣାରେ ଆଇଆଇସି ପ୍ରଭଞ୍ଜନ ବେହେରା ତଦନ୍ତ କରି ସୋମବାର ସଦଳବଳେ ସୌର ପୁଲିସ ସହଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମାତ୍ର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ଗିରଫ ହୋଇଥିବା ଯୁବକ ଦ୍ବୟ ହେଲେ ସୋର ଅଞ୍ଚଳର ଠିକାଦାର କୌସ୍ତଭ ଭୂଷଣ ପଣ୍ଡା ଏବଂ ସୋର ଜେଲ୍‌ ୱାର୍ଡ଼ର ଶ୍ରୀକାନ୍ତ ବିଶ୍ବାଳ। ସେମାନଙ୍କଠାରୁ ବୁଲେଟ ବାଇକ ଜବତ କରାଯାଇଛି। ମଙ୍ଗଳବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଫିସର ସସ୍ମିତା ମଲିକ କହିଛନ୍ତି । ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ଦୁୟ ନିଜକୁ ନିନ୍ଦୋଷ ବୋଲି କହିଛନ୍ତି । ଘଟଣାସ୍ଥଳରେ ସେମାନେ ଗଣ୍ଡଗୋଳ କରିଥିବା ସ୍ବୀକାର କରିଥିଲେ ହେଁ ଲୁଟରେ ସମ୍ପୃକ୍ତ ନୀହାନ୍ତି ବୋଲି କହିଛନ୍ତି ।

Related Posts

About The Author

Add Comment