ବନ୍ଧୁକ ତିଆରି କାରଖାନରେ ପୋଲିସର ଚଢାଉ,ଦୁଇ ଅଭିଯୁକ୍ତ ଗିରଫ

Spread the love
ନୀଳଗିରି ,୩୦/୦୧/୨୦୧୨ (ସନ୍ଧାନ ନିଉଜ) ନୀଳଗିରି ହାତୀଖୁଲିଆରେ ବନ୍ଧୁକ ତିଆରି ସରଞ୍ଜାମ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଅଧା ତିଆରି ବନ୍ଧୁକ ସହ ଅନେକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ୍ ।

ପୋଲିସ୍ ଓ ବନ ବିଭାଗର ଚଢାଉ ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ଜଣେ ମହିଳାଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା ଜଣାପଡ଼ୁଛି ।

ପୋଲିସ୍ ମଧ୍ୟ ଉକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୁଚନା ଅନୁସାରେ ପୁର୍ବରୁ ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ ହେଲେ ପୋଲିସ୍ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ସ୍ଥାନୀୟ ଲୋକମାନେ ମାନେ ଉତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ ।

Related Posts

About The Author

Add Comment