ବନ୍ଧୁକୁ ଛାଡ଼ିବା ପାଇଁ ଆଉ ଯାଇ ପାରିବେ ନାହିଁ ରେଳଷ୍ଟେସନ୍‌, ବନ୍ଦ ହେଲା ପ୍ଲାଟଫର୍ମ ଟିକେଟ ବିକ୍ରି

Spread the love

ନୂଆଦିଲ୍ଲୀ,  ୪/୧୧(ସନ୍ଧାନ ନିୟୁଜ) : ରେଳ ଷ୍ଟେସନ ମାନଙ୍କରେ କିଛି ଲୋକେ ଯାତ୍ରା କରିବାକୁ ଆସିଥିବା ବେଳେ ଅନ୍ୟଲୋକ ତାଙ୍କୁ ଛାଡ଼ିବାକୁ ଆସି ଥାଆନ୍ତି। ଯେପର୍ଯ୍ୟନ୍ତ ଟ୍ରେନ୍‌ ନଆସିଛି ସେମାନେ ସେ ପର୍ଯ୍ୟନ୍ତ ଷ୍ଟେସନରେ ବସି ରହିଥାନ୍ତି, ହେଲେ ଏବେ ଆଉ ଏଭଳି ଚଳିବ ନାହିଁ । କାରଣ ରେଳ ଷ୍ଟେସନରେ ଜମୁଥିବା ଭିଡକୁ ନେଇ ରେଳ ମନ୍ତ୍ରାଳୟ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛି ।

ରେଳ ମନ୍ତ୍ରାଳୟ ତରଫରୁ ପ୍ଲାର୍ଟଫର୍ମରେ ବୃଦ୍ଧି ପାଉଥିବା ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀର କିଛି ଷ୍ଟେସନରେ ପ୍ଲାର୍ଟଫର୍ମ ଟିକେଟ ବିକ୍ରି ବନ୍ଦ କରିଦେଇଛି । ଏବେ ଆପଣ ଯଦି କାହାକୁ ଛାଡିବାକୁ ରେଳ ଷ୍ଟେସନ ଯାଉଛନ୍ତି, ତେବେ ଆପଣଙ୍କୁ ଷ୍ଟେସନ ବାହାରରୁ ହିଁ ଫେରିବାକୁ ପଡିବ । କାହିଁକି ନା ଏବେ ପ୍ଲାର୍ଟଫର୍ମ ଟିକେଟ ମିଳିବ ନାହିଁ । ଭାରତୀୟ ରେଳବାଇ ଭିଡ ଆଶଙ୍କାକୁ ନଜରରେ ରଖି ପ୍ଲାର୍ଟଫର୍ମ ଟିକେଟ୍‌ ବିକ୍ରି ଦିଲ୍ଲୀର କିଛି ଷ୍ଟେସନରେ ବନ୍ଦ କରିେଇଛି। ନଭେମ୍ବର ୧୩ ପର୍ଯ୍ୟନ୍ତ କିଛି ଷ୍ଟେସନରେ ଆଉ ପ୍ଲାଟଫର୍ମ ଟିକେଟ ମିଳିବ ନାହିଁ । ଖାଲି ଏତିକି ନୁହେଁ ଏଥି ସହିତ ହିଁ ଏହିସବୁ ଷ୍ଟେସନମାନଙ୍କରେ ପାର୍ସଲ ବୁକିଂକୁ ବି ୧୩ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ମିଳିଥିବା ସୂଚନା ମୁତାବକ, ଯଦିଓ ରେଳ ମନ୍ତ୍ରାଳୟ କିଛି ବିଶେଷ ପରିସ୍ଥିତିରେ ପ୍ଲାର୍ଟଫର୍ମ ଟିକେଟ ଜାରି କରିବାକୁ ବି ନିଷ୍ପତି ନେଇଛି । ଏହା ଆଧାରରେ ଯଦି ଆପଣ କୌଣସି ବୃଦ୍ଧ ତଥା ବରିଷ୍ଠ କିମ୍ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଛାଡିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ପ୍ଲାର୍ଟଫର୍ମ ଟିକେଟ ଦିଆଯିବ ।

Related Posts

About The Author

Add Comment