ବନ୍ଧା ହେଲେ ସାଲେପାଲିର ରସିକିଆ ସରପଞ୍ଚ

Spread the love

କଳାହାଣ୍ଡି : ୧୯/୧୧/୨୦୨୦ (ସନ୍ଧାନ ନିଉଜ) ବନ୍ଧା ହେଲେ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲିର ରସିକିଆ ସରପଞ୍ଚ ରମେଶ ଚନ୍ଦ୍ର ସାହୁ। ଯୁବତୀଙ୍କୁ ବିଜୁ ପକ୍କାଘର ଯୋଗାଇ ଦେବାକୁ କହି ସମ୍ପର୍କ ରଖିବାକୁ ଅଫର ଦେଇ ଗିରଫ ହେଲେ ସରପଞ୍ଚ। ମାନ୍ୟବର ଜିଲ୍ଲା ଜଜ୍ ଅଭିଯୁକ୍ତଙ୍କୁ 14 ଦିନିଆ ଜୁଡିସିଆଲ କଷ୍ଟଡି ପାଇଁ ରିମାଣ୍ଡରେ ପଠାଇଛନ୍ତି। ପୋଲିସକୁ ଅନ୍ୟ ସବୁ ତଥ୍ୟ ମାଗିଛନ୍ତି ଜିଲ୍ଲା ଜଜ୍।

କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ଜୈନିକ ଯୁବତୀଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ସେହି ଘରକୁ ସଜାଡିବା ପାଇଁ ଯୁବତୀର ବାପା ମାଁ ସୁଦୂର ରାଜକୋଟକୁ ଦାଦନ ଖଟିଯାଇଛନ୍ତି। ଘରର ଅଭାବସ୍ଥାକୁ ଦେଖି ଯୁବତୀ ଜଣକ ସାଲେପାଲି ପଞ୍ଚାୟତରେ ଏକ ଘର ପାଇଁ ଆବେଦନ କଲେ ହେଲେ ପଞ୍ଚାୟତର ସରପଞ୍ଚ ମହାସୟ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖୁଛନ୍ତି । ଏପରିକି ଗର୍ଭବତୀ ହେଲେ ଔଷଧ ଖାଇଦେବୁ କହୁଛନ୍ତି ସରପଞ୍ଚ ।

ଭଙ୍ଗା କୁଡିଆରେ ରହୁଥିବା ଜଣେ ଯୁବତୀଙ୍କୁ ବିଜୁ ପକ୍କା ଘର ପାଇଁ ଦେବାକୁ ପଡିବ ଦେହ। ଆଉ ସରପଞ୍ଚ ନେବେ ଦେହ ଲାଞ୍ଚ । ଲଜ୍ଜା ଓ ଅପମାନରେ ଯୁବତୀ ଏବେ ମ୍ରିୟମାଣ ହୋଇପଡିଛନ୍ତି। ସରପଞ୍ଚଙ୍କ ଏପରି ଘୃଣ୍ୟ ଅଭିସନ୍ଧିକୁ ନେଇ ମର୍ମାହତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନିନ୍ଦା କରିବା ସହ ସରପଞ୍ଚଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Related Posts

About The Author

Add Comment