ଯାଜପୁର ସଦର, ୦୮ା୦୫: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଶନିଦେବଙ୍କ ପିଠରେ ଓଷା କରିଥିବା ମହିଳା ମାନେ ଆଖୁଆ ନାଳରୁ ପାଣି ଉଠାଇ ଶନି ଦେବଙ୍କ ପାଖରେ ଥିବା ଓସ୍ତ ବୃକ୍ଷରେ ଢ଼ାଳିବା ସହିତ ଓଷା କରିଥିବା ମହିଳା ମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଏହି ଅବସରରେ ପଣ୍ଡିତ ରଂଜନ ପାଢ଼ୀଙ୍କ ତତ୍ୱାବଧାନରେ ଶନି ଦେବଙ୍କୁ ମହାସ୍ନାନ କରାଯାଇ ବଡ଼ସିଂହାର ବେଶ କରାଯିବା ସହିତ ଗ୍ରହରାଜଙ୍କ ଉପରେ ପୁଷ୍ପମାଲ୍ୟ ଦିଆଯାଇ ମାନସିକ ଧାରୀ ମାନଙ୍କ ଗୁଆ ବସାଯିବା ସହିତ ହୋ କାର୍ଯ୍ୟ ବରିଷ୍ଠ ପଣ୍ଡିତ ମାନଙ୍କୁ ନିଆଯାଇ ଅଗ୍ନି ସ୍ଥାପନ କରାଯିବା ସହିତ ଷୋଡ଼ଶ, ପଞ୍ଚ ଉପଚାରରେ ଗ୍ରହରାଜଙ୍କୁ ପୂଜା କରାଯାଇଥିଲା । କର୍ତ୍ତା ବଟୁ ଧାରଣ କରି ମହା ସଂକଳ୍ପ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ତାଳୁଆ ଶନି ପୀଠରେ ମହିଳା ମାନେ ବିରୁପା ନଦୀରୁ ପାଣି ଉଠାଇ ଶନିରାଜଙ୍କ ଉପରେ ଜଳାଭିଷେକ କରିଥିଲେ । ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ଶହ ଶହ ଭକ୍ତମାନଙ୍କ ସମାଗମକୁ ଆଖିଆଗରେ ରଖି ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ସେହିପରି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ଶନିଦେବଙ୍କ ପିଠରେ ମହିଳା ମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଭକ୍ତମାନେ କେଲୁଅ ନଦୀରୁ ପାଣି ତୋଳି ଓସ୍ତ ବୃକ୍ଷରେ ଢ଼ାଳିବା ସହିତ ଶନି ମହାରାଜଙ୍କୁ ସୁସୋଜିତ ବେଶ କରାଯାଇ ଯଜ୍ଞକାର୍ଯ୍ୟ କରାଯାଇଥିଲା । ସେହିପରି ବିଭିନ୍ନ ଶନି ପୀଠରେ ଶନି ଓଷା ପାଳନ କରାଯାଇଥିଲା । ଭକ୍ତମାନେ ବିଭିନ୍ନ ନଦୀ ମାନଙ୍କୁର ପାଣି ଉଠାଇ ଶନି ମହାରାଜଙ୍କୁ ଜଳାଭିଷେକ କରିଥିଲେ । ଏହି ଅବସରରେ ଶନି ମହାରାଜଙ୍କୁ ପୂଜା କରାଯିବା ସହିତ ବେଦଧ୍ୱନୀରେ ମନ୍ତ୍ର ଉଚ୍ଚାରଣ କରାଯାଇ ଯଜ୍ଞକାର୍ଯ୍ୟ କରାଯାଇଥିଲା । ଆଇନି ଶୃଙ୍ଖଳାକୁ ଆଖିଆଗରେ ରଖି କମିଟି ପକ୍ଷରୁ ପାନିୟ ଜଳ, ଆଲୋକ ବ୍ୟବସ୍ଥା କରାଯିବା ସହିତ ପୂଜା କାର୍ଯ୍ୟ ସମାପନ କରାଯାଇଥିଲା ।
ବନ୍ଧଡିହ ହାଟ ଶିନିଙ୍କ ପୀଠରେ ଓଷା ଉଦ୍ଯାପନ
|
May 9, 2022 |
