ଯାଜପୁର, ୧୨/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଭଗବତୀପୁର ଠାରେ ନିର୍ମାଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଏ ପଂଚାୟତର ଏବଂ ଆଖପାଖ ପଂଚାୟତର ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଚି । ଯାହାକି ନୁତନ କରି ନିର୍ମାନ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟନ କରାନଯାଇ ପଡ଼ି ରହିଚି । ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ସରିଯାଇଥିଲେ । ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପଡ଼ିରହିଥିବା ବେଳେ, ଏ ଅଞ୍ଚଳରେ ରୋଗୀମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏବଂ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ଯାହାକି ୧୦ଗୋଟି ପଂଚାୟତର ଜନସାଧାରଣ ସେବା ପାଇପାରୁନଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପଂଚାୟତରେ ଏକ ମେଡିକାଲ କରାଯିବା ପାଇଁ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରାଯାଉଥିଲା । ସରକାରଙ୍କ ପକ୍ଷରୁ ଏହି ପଂଚାୟତରେ ନୁତନ କରି ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଚି । ଯାହାକି ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦ୍ଘାଟନ କରାଯାଇ ଡାକ୍ତର ନିଯୁକ୍ତି କରାଗଲେ । ଏହି ୧୦ଗୋଟି ପଂଚାୟତର ଗ୍ରାମବାସୀମାନେ ଉପକୃତ ହେବା ସହିତ ସ୍ୱାସ୍ଥ୍ୟସେବା ଏହି ଜନସାଧାରଣ ମାନେ ପାଇପାରିବେ । ଏଦିଗରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର, ବରୀ ବିଧାୟୀକା ସୁନନ୍ଦା ଦାସ, ଯାଜପୁର ବିଧାୟକ ବିଜୁ ଜନତାଦଳର ଯୁବ ସଂଗଠନ ପ୍ରଣବ ପ୍ରକାଶ ଦାସ ଦୃଷ୍ଟି ଦେବାଲାଗି ଏହି ୧୦ଟି ପଂଚାୟତର ଜନସାଧାରଣ ତାଙ୍କ ପକ୍ଷରୁ ଶ୍ରୀ ଦାସଙ୍କ ନିକଟରେ ଦାବି କରାଯାଉଚି ।
ବନ୍ଧଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଦାବୀ କରାଯାଉଚି
|
November 12, 2021 |
![](https://sandhannews.com/wp-content/uploads/2021/07/SANDHAN-LOGO.jpg)