ବନ୍ଧଡିହ ପଂଚାୟତରେ ସରପଞ୍ଚ, ସମିତି ସଭ୍ୟା ବିଜେଡ଼ିର ପ୍ରାର୍ଥି କିଏ

Spread the love

ଯାଜପୁର , ୦୭/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ହେବାକୁ ଥିବା ବେଳେ, ଗୋଟିଏ ଗୋଟିଏ ପଂଚାୟତରୁ ସରପଂଚ ସମିତି ସଭ୍ୟ ଭାବେ ୭ରୁ ୮ଜଣ ଲେଖାଏଁ ନିର୍ବାଚନ ଲଢ଼ୁଥିବା ବେଳେ, ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଂଚାୟତ ନିର୍ବାଚନ କରାଯିବା ଲାଗି ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରାଯାଇଥିବା ରସୁଲପୁର ବ୍ଲକ୍ର ୧୦ ପଂଚାୟତ ଯାଉଥିବା ବେଳେ, ତହିଁ ମଧ୍ୟରୁ ବନ୍ଧଡିହ ପଂଚାୟତରୁ ୭ଜଣ ପ୍ରାର୍ଥô ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ବିଜୁ ଜନତା ଦଳରୁ କାହାକୁ ପ୍ରାର୍ଥି କରିଛନ୍ତି ବନ୍ଧଡିହ ପଂଚାୟତ ପାଇଁ ଭୋଟର ମାନେ ଦ୍ୱନ୍ଦରେ ପଡ଼ିଥିବା ବେଳେ ଏହି ପଂଚାୟତରୁ ୭ଜଣ ପ୍ରାର୍ଥି ସରପଂଚ ପାଇଁ ନିର୍ବାଚନ ଲଢ଼ୁଛନ୍ତି । ଯାହାକି ବାରମ୍ବାର ବନ୍ଧଡିହ ପଂଚାୟତ ବିରୋଧି ଦଳ ଦଖଲ କରୁଥିବା ବେଳେ, ଶାସକ ଦଳର ପ୍ରାର୍ଥି ଏହି ପଂଚାୟତରୁ ଏହି ପଂଚାୟତରୁ ହାରୁଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତ କଳ୍ପତରୁ ଦାଶଙ୍କ ସମୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏହି ପଂଚାୟତଟି ରହିଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ସମୟରେ ବିରୋଧି ଦଳ ହାତକୁ ଏହି ପଂଚାୟତଟି ଯାଇଥିଲା । ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାଶ ଏମାନଙ୍କ ମଧ୍ୟରୁ କାହାରିକୁ ପ୍ରାର୍ଥି କରିନଥିବା ବେଳେ, ଆମ ଜିଲ୍ଲା ପ୍ରତିନିଧି ବିଧାୟୀକାଙ୍କ ସହିତ ଆଲୋଚନା କରିଥିବା ବେଳେ, ବନ୍ଧଡିହ ପଂଚାୟତରୁ ମୁଁ କାହାରିକୁ ପ୍ରାର୍ଥି ଦେଇନାହିଁ ବୋଲି ଶ୍ରୀମତୀ ଦାସ କହିଥିଲେ । ଏହି ପ୍ରାର୍ଥିମାନେ ଆମେ ବିଜେଡ଼ି ଦଳରୁ ନିର୍ବାଚନ ଲଢ଼ୁଚୁ ବୋଲି କହୁଥିବା ବେଳେ, ପ୍ରକୃତ ବିଜେଡ଼ି ପ୍ରାର୍ଥି କିଏ ତାହା ଜଣାପଡ଼ୁନାହିଁ । ନିର୍ବାଚନ ଲଢ଼ୁଥିବା ସରପଂଚ ପ୍ରାର୍ଥି ବିକ୍ରମ ବେହେରା(ମାଛ), ସରୋଜ ସେଠୀ(ବରଗଛ), ଶ୍ୟାମସୁନ୍ଦର ବେହେରା(ସେଢ଼ି), ମମତା ଦଳାଇ(ଛତା), ଅଜୟ କୁମାର ମଲିକ(ଖୋଲାବହି), ମନୋଜ ଦଳାଇ(ସୂର୍ଯ୍ୟ), ଶଙ୍କର ସେଠୀ(ଲଙ୍ଗଳ) ଏହି ପ୍ରାର୍ଥôମାନେ ବନ୍ଧଡିହ ପଂଚାୟତରେ ନିର୍ବାଚନ ଲଢ଼ୁଛନ୍ତି । ଏମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷିତ ପ୍ରାର୍ଥି ରହିଥିବା ବେଳେ, ଭୋଟର ମାନେ କାହାକୁ ନିର୍ବାଚନ କରିବେ ବନ୍ଧଡିହ ପଂଚାୟତର ସ୍ୱାଭିମାନକୁ ବଜାଇ ରଖିବାଲାଗି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଚି । ସେହିପରି ସମିତି ସଭ୍ୟ ପ୍ରାର୍ଥି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥô ସାଗର ମଲିକ(ବିଞ୍ଚୁଣୀ), ଅରକ୍ଷିତ ବେହେରା(କେଟିଲ), ଶ୍ରୀଧର ମଲିକ(ଚଷମା), ଜାନକୀ ମଲିକ(ଟୁଲ), ମାଧବାନନ୍ଦ ମଲିକ(ଚାଲାଚାବି), ଦୁର୍ବାଶିନୀ ମଲିକ(ବସ) ଏହି ପଂଚାୟତରୁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥôମାନେ ନିର୍ବାଚନ ମଇଦାନରେ ନିର୍ବାଚନ ଲଢ଼ୁଛନ୍ତି । ଭୋଟର ବାପୁଡ଼ା କାହାକୁ ନିର୍ବାଚିତ କରିବେ ତାହା ଦେଖିବା ବାକି ରହିଲା ।

Related Posts

About The Author

Add Comment