ଯାଜପୁର ସଦର,୧୮/୧୨/୨୦୧୧ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ୧୫ଗୋଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ଗୋରୁ ଗୁହାଳ ଘର ଯୋଗାଇ ଦେବା ଲାଗି ନିୟମ ଥିବା ସୁଦ୍ଧା ଏହି ପଂଚାୟତରେ ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଚି । ଯାହାକି ହିତାଧିକାରୀ ମାନଙ୍କର ୨ ରୁ ୪ ଗୋଟି ଲେଖାଏଁ ଗାଈ, ବଳଦ, ବାଛରୀ ରହିଥିବା ବେଳେ, ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ଗୁହାଳ ଦେବାଲାଗି ନିୟମକୁ ପ୍ରଶାସନ ଉଲ୍ଲଘଂନ କରିଥିବା ଦେଖିବାକୁ ମିଳିଚି । ରସୁଲପୁର ବ୍ଲକରେ ୨୮ଟି ପଂଚାୟତ ରହିଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀ ମାନଙ୍କୁ ମୋ ଗୁହାଳ ଯୋଜନାରେ ଗୁହାଳ ଯୋଗାଇ ଦେବାଲାଗି ସରକାର ବ୍ଲକ ପ୍ରଶାସନକୁ ଦାୟୀତ୍ୱ ଦେଇଥିଲେ ସୁଦ୍ଧା ଏହାର ଉଲ୍ଲଘଂନ ହୋଇଥିବା ଜଣାଯାଇଚି । ଯଅହାକି ଖଜୁରୀ ଗଛର କିଗୁଣ ଗାଇବି ମୁଳରୁ ପାହାଚ ପାହାଚ । ଯାହାକି ବରୀ ନିର୍ବାଚନ ମଣ୍ଡଳୀର ୧୦ଟି ପଂଚାୟତର ହିତାଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ମିଳିନଥିବା ଦେଖିବାକୁ ମିଳିଚି । କାଗଜ କଲମରେ ସିମିତ ରହିଥିବା ବେଳେ, ଗରିବ ଲୋକମାନଙ୍କର ଗୁହାଳ କିପରି ଭୁତ ଖାଇଗଲା ତାହା ତଦନ୍ତ କରାଗଲେ ଜଣାପଡ଼ିବା ସହିତ ପକୃତ ହିତାଧିକାରୀ ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଯୋଜନା ବାଟମାରଣା ହେଉଥିବା ଦେଖିାବାକୁ ମିଳୁଚି, ଆମ ପ୍ରତିନିଧି ଗୋ ପାଳନ କରୁଥିବା ହିତାଧିକାରୀ ମାନଙ୍କୁ ପଚାରିବାରୁ କି ଗୁହାଳ କେଉଁ ସରକାର ଦେଇଚି ଆମେ ଜାଣିନାହୁଁ ବୋଲି ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ହିତାଧିକାରୀ ମାନେ ଉପକୃତ ହୋଇପାରିବେ । ଯାଜପୁର ଜିଲ୍ଲାପାଳ, ବରୀ ବିଧାୟୀକା ସୁନନ୍ଦା ଦାସ ଏଦିଗରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଚି ।
ବନ୍ଧଡିହ ପଂଚାୟତରେ ଗୋରୁ ଗୁହାଳ ଗଲା କୁଆଡ଼େ
|
December 18, 2021 |