ଭଦ୍ରକ,୨୯/୮ (ସନ୍ଧାନ ନିୟୁଜ) ଭଦ୍ରକ ନିର୍ବାଚନ ମଣ୍ଡଳୀର ସହରାଂଚଳରୁ ଗ୍ରାମାଂଚଳ ଯାଏଁ ବହୁ ରାସ୍ତାର ଅବସ୍ଥା ନକହିଲେ ଭଲ । ଯେଉଁ ରାସ୍ତାରେ ଯାତାୟାତ କରିବା ନେଇ ଲୋକଙ୍କୁ ମୁସ୍କିଲ୍ ହୋଇପଡ଼ୁଛି । ସେହିପରି ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ବନ୍ଧଗାଁ ଯାତାୟାତ ରାସ୍ତାଟି ଅତି ଶୋଚନୀୟ ହୋଇପଡ଼ିଛି । ଦୈନିକ ୫ହଜାର ଲୋକଙ୍କ ଯାତାୟାତ ପଥ କାଦୁଅରେ ପରିଣତ ହୋଇଛି । ବହୁବାର ଅଭିଯୋଗ ପରେ ମଧ୍ୟ ଗାଁକୁ ପକ୍କାରାସ୍ତାଟିଏ ହୋଇପାରୁ ନାହିଁ । ମୁଖ୍ୟ ରାସ୍ତାରୁ ବନ୍ଧଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଚକିଆ ଯାନ ଯାଇ ପାରିବ ନାହିଁ । ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ରାସ୍ତାକାମ ହୋଇପାରୁ ନଥିବାରୁ ପଂଚାୟତବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ ହେଉଛି ।
rEPORT- RAMESH NAYAK



