ଗଡମଧୁପୁର, ୨୯/୫ (ସନ୍ଧାନ ନିୟୁଜ) : ଜେନାପୁର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଦଳଗାଁ ଠାରେ ପ୍ରସ୍ଥାବିତ ଏକ ବିଦେଶି ମଦ ଦୋକାନକୁ ଗତବର୍ଷ ସ୍ଥାନୀୟ ଜନସାଧାରଣ ତୀବ୍ର ବିରୋଧ କରିବାରୁ ତାହା ବନ୍ଦ ହୋଇଯାଇଥିଲା । ତେବେ ଏହି ମଦ ଦୋକନଟିକୁ ପୁନର୍ବାର ଚାଲୁକରିବାକୁ ମଦ ବ୍ୟବସାୟୀ ପ୍ରୟାସ କରୁଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାଇ ଚକ୍ରଧରପୁର ପଂଚାୟତର ଦଳଗାଁ ନିକଟରେ ଏକ ସରକାରି ଲାଇସେନସ ପ୍ରାପ୍ତ ମଦଦୋକାନ ଖୋଲିବାକୁ ସରକାର ଲାଇସେନସ ପ୍ରଦାନ କରିଥିଲେ । ସ୍ତାନୀୟ ଜନସାଧାରଣ ଏ ସମ୍ବନ୍ଧରେ ଖବର ପାଇ ପ୍ରସ୍ଥାବିତ ମଦ ଦୋକାନକୁ ତିବ୍ର ବିରୋଧ କରିବା ସହ ପିଲାଛୁଆ ଧରି ରାସ୍ତାରେ ବସିରହିଥିଲେ । କବାଟବନ୍ଧ,ରାଇଛନ୍ଦା,ରେଖିଦେଇପୁର,ଏଣ୍ଡଳବା,ତାଳଜଙ୍ଗ,ମର୍ଜିତାପୁର,ମଧୁସୁଦନପୁର,ଚକ୍ରଧରପୁର ପଂଚାୟତର ଜନସାଧାରଣ ଙ୍କର ପୁର୍ଣ୍ଣ ସହେଯାଗ ରହିଥିଲା । ଏହି ମଦ ଆନେ୍ଦାଳନରେ ସାମିଲ ହୋଇ ୧୫ଦିନରୁ ଉଦ୍ଧ୍ୱର୍ ସମୟ ଘରକୁ ନଯାଇ ନଖାଇପିଇ ମଦ ଦୋକାନକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିବା ଫଳରେ ଦୋକାନ ଖୋଲି ପାରି ନଥିଲେ । ଏବଂ ମଦ ଦୋକାନକୁ ବନ୍ଦ କରିବାକୁ ନିଜ ଯିଦରେ ଅଟଳ ଥିଲେ । ଫଳରେ ପରିସ୍ଥିତିର ଗମ୍ଭିରତାକୁ ଅନୁଭବ କରି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମଦଦୋକାନକୁ ସବୁଦିନ ପାଇଁ ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଗୋଟିଏ ବର୍ଷ ପରେ ସେହି ପଂଚାୟତରେ ପୁନର୍ବାର ସେହି ମଦ ବ୍ୟବସାୟୀ ମଦ ଦୋକାନ ଖୋଲିବା ପାଇଁ ଅଣ୍ଟା ଭିଡିଥିବା ସୁଣିବାକୁ ମିଳିଛି । ସ୍ଥାନୀୟ ଜନ ପ୍ରତିନିଧି ଓ ଅବକାରି ବିଭାଗର କର୍ମଚାରୀଙ୍କୁ ହାତ ବାରିଶି କରି ଏଠାରେ ପୁଣି ଏକ ବିଦେଶି ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ମସୁଧା କରୁଥିବ ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ଏହି ଅଂଚଳଟି ଆଦିବାସି ବହୁଳ ଅଂଚଳ ହୋଇଥିବାରୁ ମଦ ଦୋକାନ ଖୋଲିଲେ ନିରିହ ଆଦିବାସି ଖଟିଖିଆ ଲୋକମାନେ ମଦ ଖାଇ ନିଜର ଧନ ଜିବନ ହରାଇବର ଆଶଙ୍କା ସୃଷ୍ଟି ହୋଇଛି । ଅପରପକ୍ଷେ ସ୍ଥାନିୟ ଜନସାଧାରଣ ଏହି ମଦଦୋକାନକୁ ବିରୋଧ କରିବା ସହ ମଦ ଦୋକାନ ଖୋଲିଲେ ଏଠାରେ ପୁଣି ଆନେ୍ଦାଳନ କରାଯିବ ବୋଲି କହିଛନ୍ତି । ଅନେକ ରାଜ୍ୟରେ ମଦ ବନ୍ଦ ହୋଇସାରିଥିବା ବେଳେ ଏ ଅଂଛଳରେ ମଦ ଦୋକାନ ଖୋଲିବାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ବନ୍ଦ ମଦ ଦୋକାନକୁ ଚାଲୁ କରିବାକୁ ମସୁଧା
|
May 29, 2019 |
